ଭଅଁର Bha-an̄ra
- ଦେ. ବି (ସଂ. ଭ୍ରମର) — ଭ୍ରମର; ଭୃଙ୍ଗ; ଦ୍ୱି ରେଫ — The black bee; the humble-bee; Andrenidae
- ଦେ. ବି (ସଂ. ଭ୍ରମର) — [ଦ୍ର—କବିମାନେ ମଧୁକର (ମହୁମାଛି) ଓ ଭ୍ରମର ମଧ୍ୟରେ ପ୍ରଭେଦ ରଖି ନାହାନ୍ତି। ଉଭୟେ ପୁଷ୍ପର ମଧୁ ଖାଆନ୍ତି, କିନ୍ତୁ ମହୁମାଛିମାନେ ମଧୁ ସଞ୍ଚୟ କରି ମହୁଫେଣା ବାନ୍ଧି ଦଳ ଦଳ ହୋଇ ରହନ୍ତି। ଭ୍ରମରମାନେ ଏହା କରନ୍ତି ନାହିଁ। ଭ୍ରମରମାନେ କଳା ଓ ମହୁମାଛିମାନଙ୍କଠାରୁ ବଡ଼।
- ଦେ. ବି (ସଂ. ଭ୍ରମର) — କେହି କେହି ଭଅଁର ଓ ବିରୁଡ଼ି (ସଂ. ବରଟ)ଙ୍କୁ ଏକ ଜାତୀୟ ଜୀବ କହନ୍ତି; କିନ୍ତୁ ସେମାନେ ପୃଥକ୍। ବିରୁଡ଼ି— ମାନେ ଏକତ୍ର ବସା ବାନ୍ଧି ରହନ୍ତି।]
- ଦେ. ବି (ସଂ. ଭ୍ରମର) — କାଠରେ ଛିଦ୍ର କରିବା ଯନ୍ତ୍ରବିଶେଷ — Auger; gimlet; boring instrument