ବଢ଼ିବା Baṟḍ̠ẖibā
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ବୃଦ୍ଧି ପାଇବା — To increase; to grow up
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ଶିଶୁକାଳରୁ ଲାଳିତ ପାତିତ ହେବା — To be reared or brought up
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ବଢ଼ିବୁ ପୁତ୍ର ଭାବରେ, ବ୍ରଜ ନବରେ ଯେ—ଭଞ୍ଜ, ବୈଦେହୀଶବିଳାସ।
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ବୟଃପ୍ରାପ୍ତ ହେବା; ସାବାଳଗ ହେବା — To attain age; to become major
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ତୁମ୍ଭ ବାହୁ ଛାୟା ତଳେ ବଢୁ ଏ କୁମର। ରାଧାନାଥ—ମହାଯାତ୍ରା।
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ସୁଖ ସ୍ୱଚ୍ଛନ୍ଦରେ ଜୀବନ ଧାରଣକରିବା — To live; to thrive
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ହାତୀ ବଣରେ ବଢ଼ିଲେ ରଜାଙ୍କର। ଢଗ।
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — (ବାଳିକା) ପ୍ରଥମେ ରଜସ୍ୱଳା ହେବା; ଜ୍ଞାନ ପାଇବା; ବାଳିକାର ପ୍ରଥମ 'ରଜୋଦର୍ଶନ' ଘଟିବା — To attain puberty (said of a girl)
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — କଞ୍ଚନବତୀର ବଢ଼ିବାର ଦେଖି ରାଣୀ। ପୀତାମ୍ବରୀ—ଛାନ୍ଦ କଞ୍ଚନବତୀ।
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — (କାର୍ଯ୍ୟ) ସମାପ୍ତ ହେବା — To be accomplished or completed (said of a work)
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ଯହୁଁ ବଢ଼ିଲା ବିଚାର ,ଅଶ୍ୱମେଧ କରିବାର ହୋଇଲା ନିଜର। ବିଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. କ୍ରି—(ସଂ. ବୃଦ୍ଧି; ସଂ. ବୃଧ୍ ଧାତୁ) — ଐଶ୍ୱର୍ଯ୍ୟାନ୍ୱିତ ହେବା; ଉତ୍ତରୋତ୍ତର ଐଶ୍ୱର୍ଯ୍ୟ ବୃଦ୍ଧିପାଇବା — To thrive; to prosper; to grow in prosperity