ବ୍ୟୂହ Byūha
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — ସୈନ୍ୟ ସମାବେଶ; ଯୁଦ୍ଧାର୍ଥ ସୈନ୍ୟ— ଦଳକୁ ଶୃଙ୍ଖଳା ପୂର୍ବକ ସଜ୍ଜିତ କରିବା — Battle-array; arraying of troops in order
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — (+କର୍ମ. ଅ)—ସଜ୍ଜିତ ସୈନ୍ୟ ଦଳ — A line of soldiers
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — (+କର୍ମ. ଅ) ସମୂହ — Multitude
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — ସୈନ୍ୟ ଦଳ — Phalanx; a body of troops; army
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — (+ଭାବ. ଅ) ବିସ୍ତାର — Expansion; diffusion
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — ନିର୍ମାଣ; ଗଠନ — Disposition; manufacture
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — (+କର୍ମ. ଅ) ଦେହ; ଶରୀର — Body
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — ତର୍କ (ହି. ଶ.) — Argument
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — ପରିଣାମ (ହି. ଶ.) — End; final result
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — କୌଣସି ଆକ୍ରମଣରୁ ବା ବିପଦରୁ ରକ୍ଷା କରିବା ପାଇଁ ରଚିତ ଯୋଜନା (ହି. ଶ) — Any arrangement for self-defence against any attack or danger
- ସଂ. ବି. (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ) — [ଦ୍ର—ପୂର୍ବକାଳରେ ଯୁଦ୍ଧ କ୍ଷେତ୍ରରେ ଚତୁରଙ୍ଗ ସେନାଙ୍କୁ ନାନା କୌଶଳରେ ଯୁଦ୍ଧ ପାଇଁ ସଜ୍ଜିତ କରି ରଖା ଯାଉଥିଲା। ଆକାର ଆଦି ଅନୁସାରେ ବ୍ୟୂହର ଭିନ୍ନ ଭିନ୍ନ ନାମ ଥିଲା; ଯଥା—ଦଣ୍ଡ ବ୍ୟୁହ, ଶକଟ ବ୍ୟୁହ, ବରାହ ବ୍ୟୁହ, ଗରୁଡ଼ ବ୍ୟୂହ, ଶ୍ୟେନ ବ୍ୟୂହ, ମଣ୍ଡଳ ବ୍ୟୁହ, ଧନୁବ୍ୟୂହ, ସର୍ବତୋଭଦ୍ର ବ୍ୟୂହ। ରାଜା ବା ପ୍ରଧାନ ସେନାପତି ବ୍ୟୂହର କେନ୍ଦ୍ରରେ ଶତ୍ରୂର ପ୍ରତ୍ୟକ୍ଷ ଆକ୍ରମଣରୁ ଦୂରରେ ରହୁଥିଲେ ଓ ଆଦେଶାଦିଦ୍ୱାରା ବ୍ୟୂହ ଚାଳନା କରୁଥିଲେ।]