ବ୍ୟାପକ Byāpaka

  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ବ୍ୟାପ୍ତିଶୀଳ; ଯାହା ବ୍ୟାପିଥାଏ; ସବୁଆଡ଼େ ବ୍ୟାପିଥିବା; ବିସ୍ତାରିତ — Pervading; spreading; diffused
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ଆଚ୍ଛାଦକ — Covering
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ସ୍ଥାନବ୍ୟାପୀ — Spread over an area
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — କାଳବ୍ୟାପୀ — Extending over a period
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ଗପଡ଼ୀ — Talkative
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ଦୀର୍ଘ — Long
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — ଯାହାର ବ୍ୟାପ୍ତି ଅଛି — That which has extension
  • ସଂ. ବିଣ. (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ) — [ଦ୍ର—ଯେଉଁ ପଦାର୍ଥ ବ୍ୟାପିଥାଏ ତାକୁ ବ୍ୟାପକ କହନ୍ତି ଓ ଉକ୍ତ ପଦାର୍ଥ ଯେଉଁ ସ୍ଥାନକୁ ବା ବସ୍ତୁକୁ ବ୍ୟାପି ରହିଥାଏ ତାକୁ ବ୍ୟାପ୍ତ ବା ବାପ୍ୟ କହନ୍ତି। ଯଥା—ରୋଗ 'ବ୍ୟାପକ', ଶରୀର 'ବ୍ୟାପ୍ତ'; ଆକାଶ ବ୍ୟାପ୍ୟ, ମେଘ ବ୍ୟାପକ; ପୁଷ୍କରିଣୀ ବ୍ୟାପ୍ୟ ଜଳ ବ୍ୟାପକ।]
  • ବି — (ନ୍ଯାୟଦର୍ଶନ) ସ୍ୱାଧିକରଣ; ବସ୍ତୁର ଅପରିହାର୍ଯ୍ଯ ସ୍ୱୀୟ ଧର୍ମବୃତ୍ତି — The essential property or attribute of a thing