ବ୍ରାହ୍ମଣୀ Brāhmaṇī
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ବ୍ରାହ୍ମଣଜାତୀୟା ସ୍ତ୍ରୀ — A Brāhmaṇa woman
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ବ୍ରାହ୍ମଣ ପତ୍ନୀ — A Brāhmaṇa's wife
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ଭାର୍ଗୀ; ବ୍ରାହ୍ମଣଝାଟିଆ ଗୁଳ୍ମ — Siphonanthus Indica (plant)
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ପୃକ୍କା; ପିଙ୍ଗଡ଼ଶାଗ — A Potherb; Trigonella Corniculata
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ବ୍ରାହ୍ମୀଶାଗ — A potherb; Ruta Graveolenes
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — ବରଟା; ବିରୁଡ଼ୀ — Wasp
- ସଂ. ବି. ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ) — କାଇ; ପିପୀଲିକା— ବିଶେଷ — A sort of ant; the yellow tree ant
- ଦେ, ବି — ଓଡ଼ିଶାରେ କଟକଜିଲ୍ଲା ବାଟେ ପ୍ରବାହିତ ହେଉଥିବା ନଦୀବିଶେଷ — Name of a river of Orissa
- ଦେ, ବି — [ଦ୍ର—ବ୍ରାହ୍ମଣୀ ନଦୀ ଛୋଟନାଗପୁର ଅଞ୍ଚଳରୁ ବାହାରି ତାଳଚେରର ଉତ୍ତର ପୂର୍ବ ଓଡ଼ିଶା ଗଡ଼ଜାତକୁ ସ୍ପର୍ଶ କରି ଶାମଳୋଇ, ନିଗ୍ରା ପ୍ରଭୃତି କେତୋଟି ଉପନଦୀ— ଦ୍ୱାରା ପୁଷ୍ଟକଳେବରେ ହୋଇ (ତାଳଚେର, ପାଲଲହଡ଼ା ଓ ଢେଙ୍କାନାଳ ବାଟେ ଆସି) ସୁକିନ୍ଦା ଓ ବଳରାମପୁର ଗଡ଼ଠାରେ ମୋଗଲବନ୍ଦି (କଟକ ଜିଲ୍ଲା) ମଧ୍ୟକୁ ପ୍ରବେଶ କରିଅଛି। ଏଥିରୁ ଖରସୁଆ ଓ କିମ୍ଭୀରିଆ ନାମକ ଯୋଡ଼ିଏ ଶାଖା ନଦୀ ବାହାରି ପୁଣି ଏଥିସଙ୍ଗେ ମିଳିତ ହେଇଅଛି। ବିରୁପା ମହାନଦୀରୁ ବାହାରି ଓ ବୁଢ଼ା ବୈତରଣୀରୁ ବାହାରି ଏଥିସଙ୍ଗେ ମିଶିଅଛି। ବ୍ରାହ୍ମଣୀରୁ ମାଈପଡ଼ା ନାମକ ଗୋଟିଏ ଶାଖା ବାହାରି (ବଙ୍ଗୋପ) ସାଗରରେ ପଡ଼ିଅଛି। ଆଉ ଗୋଟିଏ ଶାଖା ଗୋବରୀ ନଦୀ ସଙ୍ଗେ ମିଳିତ ହୋଇ ଗଣ୍ଡାଖିଆ ନାମ ଘେନି (ମହାନଦୀର ଏକ ଶାଖା) ଜମ୍ବୁନଦୀ ସଙ୍ଗେ ମିଶିଅଛି। ଅବଶେଷରେ ବ୍ରାହ୍ମଣୀ ବୈତରଣୀ ସଙ୍ଗେ ମିଳିତ ହେଇଅଛି। ଏ ସମ୍ମିଳିତ ନଦୀର ନାମ ଧାମରା। ଧାମରା ସୁନ୍ଦର (?) ନାବ୍ୟ ଅଟେ। ପ୍ରତି ସପ୍ତାହରେ ବଡ଼ ବଡ଼ ଜାହାଜମାନ (ବଙ୍ଗୋପସାଗରରୁ ଧାମରା ମୁହାଣ ବାଟେ ଚାନ୍ଦବାଲି ପର୍ଯ୍ୟନ୍ତ) ଏଥିମଧ୍ୟକୁ ଯାତାୟାତ କରୁଅଛି। ଧାମରା ନାମକ ଏକ ବନ୍ଦର ଏହି ଧାମରା ନଦୀର ଉତ୍ତର ତୀରରେ ଅବସ୍ଥିତ। (କଟକଜିଲ୍ଲାର) ପଟାମୁଣ୍ଡେଇ ଓ ଧର୍ମଶାଳା ବ୍ରାହ୍ମଣୀ ତୀରରେ ସ୍ଥିତ।) ତାଳଚେର ଗଡ଼ ବ୍ରାହ୍ମଣୀ ନଦୀର ଉପରେ ଓ ଢେଙ୍କାନାଳ ଗଡ଼ ପ୍ରାୟ 4 କ୍ରୋଶ ଅନ୍ତରରେ ଅବସ୍ଥିତ—ପିଆରୀ ମୋହନ ଓଡ଼ିଶାର ଇତିହାସ।] — [ଦ୍ର—ବ୍ରାହ୍ମଣୀ ନଦୀ ଛୋଟନାଗପୁର ଅଞ୍ଚଳରୁ ବାହାରି ତାଳଚେରର ଉତ୍ତର ପୂର୍ବ ଓଡ଼ିଶା ଗଡ଼ଜାତକୁ ସ୍ପର୍ଶ କରି ଶାମଳୋଇ, ନିଗ୍ରା ପ୍ରଭୃତି କେତୋଟି ଉପନଦୀ— ଦ୍ୱାରା ପୁଷ୍ଟକଳେବରେ ହୋଇ (ତାଳଚେର, ପାଲଲହଡ଼ା ଓ ଢେଙ୍କାନାଳ ବାଟେ ଆସି) ସୁକିନ୍ଦା ଓ ବଳରାମପୁର ଗଡ଼ଠାରେ ମୋଗଲବନ୍ଦି (କଟକ ଜିଲ୍ଲା) ମଧ୍ୟକୁ ପ୍ରବେଶ କରିଅଛି ଏଥିରୁ ଖରସୁଆ ଓ କିମ୍ଭୀରିଆ ନାମକ ଯୋଡ଼ିଏ ଶାଖା ନଦୀ ବାହାରି ପୁଣି ଏଥିସଙ୍ଗେ ମିଳିତ ହେଇଅଛି ବିରୁପା ମହାନଦୀରୁ ବାହାରି ଓ ବୁଢ଼ା ବୈତରଣୀରୁ ବାହାରି ଏଥିସଙ୍ଗେ ମିଶିଅଛି ବ୍ରାହ୍ମଣୀରୁ ମାଈପଡ଼ା ନାମକ ଗୋଟିଏ ଶାଖା ବାହାରି (ବଙ୍ଗୋପ) ସାଗରରେ ପଡ଼ିଅଛି ଆଉ ଗୋଟିଏ ଶାଖା ଗୋବରୀ ନଦୀ ସଙ୍ଗେ ମିଳିତ ହୋଇ ଗଣ୍ଡାଖିଆ ନାମ ଘେନି (ମହାନଦୀର ଏକ ଶାଖା) ଜମ୍ବୁନଦୀ ସଙ୍ଗେ ମିଶିଅଛି ଅବଶେଷରେ ବ୍ରାହ୍ମଣୀ ବୈତରଣୀ ସଙ୍ଗେ ମିଳିତ ହେଇଅଛି ଏ ସମ୍ମିଳିତ ନଦୀର ନାମ ଧାମରା ଧାମରା ସୁନ୍ଦର (?) ନାବ୍ୟ ଅଟେ ପ୍ରତି ସପ୍ତାହରେ ବଡ଼ ବଡ଼ ଜାହାଜମାନ (ବଙ୍ଗୋପସାଗରରୁ ଧାମରା ମୁହାଣ ବାଟେ ଚାନ୍ଦବାଲି ପର୍ଯ୍ୟନ୍ତ) ଏଥିମଧ୍ୟକୁ ଯାତାୟାତ କରୁଅଛି ଧାମରା ନାମକ ଏକ ବନ୍ଦର ଏହି ଧାମରା ନଦୀର ଉତ୍ତର ତୀରରେ ଅବସ୍ଥିତ (କଟକଜିଲ୍ଲାର) ପଟାମୁଣ୍ଡେଇ ଓ ଧର୍ମଶାଳା ବ୍ରାହ୍ମଣୀ ତୀରରେ ସ୍ଥିତ) ତାଳଚେର ଗଡ଼ ବ୍ରାହ୍ମଣୀ ନଦୀର ଉପରେ ଓ ଢେଙ୍କାନାଳ ଗଡ଼ ପ୍ରାୟ4କ୍ରୋଶ ଅନ୍ତରରେ ଅବସ୍ଥିତ—ପିଆରୀ ମୋହନ ଓଡ଼ିଶାର ଇତିହାସ]