ବ୍ରହ୍ମୋତ୍ସବ Brahmotsaba

  • ପ୍ରାଦେ. (ଗଞ୍ଜାମ) ବି — ମଞ୍ଜୁଷା ରାଜଧାନୀରେ ପ୍ରତିଷ୍ଠିତ ରାଜପୂଜିତ ଦେବ ବାସୁଦେବଙ୍କ ଦେବାଳୟ— ପ୍ରତିଷ୍ଠା ଦିବସର ବାର୍ଷିକ ଉତ୍ସବ — A grand festival observed in Mandassa in the district of Ganjam
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର— ଏହା ବୈଶାଖ ମାସରେ ହୁଏ। ଏହା ପଣାସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଏଠାରେ ଦଶ ଦିନ ଖୁବ୍ ଗହଳି ଓ ଯାତ ହୁଏ। ମଞ୍ଜୁଷାର ରାଜବଂଶ ରାମାନୁଜ ମତାବଲମ୍ବୀ ବୈଷ୍ଣବ ଅଟନ୍ତି। ରାଜବଂଶପୂଜିତ ଦେବଙ୍କ ନାମ ବାସୁଦେବ; ଏ ଉତ୍ସବରେ ମଞ୍ଜୁଷାରାଜ୍ୟର ଓ ନିକଟବର୍ତ୍ତୀ ଅଞ୍ଚଳର ବହୁସହସ୍ର ଲୋକ ଆସି ଯୋଗ ଦିଅନ୍ତି। ଖୁବ୍ ଆଡ଼ମ୍ବର ସହିତ ସଙ୍ଗୀତ, ବୈଠକ, ସଖୀ ନାଟ ଆଦି ହୁଏ ଓ ବିକ୍ରୟାର୍ଥ ବହୁ ପଣ୍ୟଦ୍ରବ୍ୟର ଦୋକାନ ଦାଣ୍ଡରେ ବସେ। ଏ ଉତ୍ସବରେ ଓଡ଼ିଶାର ଓ ଗଞ୍ଜାମର ରାଜା— ମାନେ ସମୟ ସମୟରେ ଯାଇ ଯୋଗ ଦିଅନ୍ତି।
  • ଦେ. ବି — ବ୍ରାହ୍ମଧର୍ମାବଲମ୍ବୀମାନଙ୍କର ମାଘୋତ୍ସବ — A festival held by the Brahmos in the month of Māgha