ବ୍ରହ୍ମରାଶି Brahmarāṡi
- ସଂ. ବି — ବିଷ୍ଣୁ — Bishṇu
- ସଂ. ବି — (ଉ— ନାଶିବେ ତୋର ଦୁଃଖରାଶି, ଆମ୍ଭେ ଦେଖିବୁଁ ବ୍ରହ୍ମରାଶି—ଜଗନ୍ନାଥ ଭାଗବତ।)
- ସଂ. ବି — ପରଶୁରାମ (ହି. ଶ.) — A name of Paraṡurāma
- ସଂ. ବି — ବୃହସ୍ପତିଙ୍କ ଆକ୍ରାନ୍ତ ଶ୍ରବଣା ନକ୍ଷତ୍ର (ହି. ଶ.) — The Ṡrabaṇā asterism when it is overtaken by the planet Jupiter
- ଦେ. ବିଣ — ବ୍ରହ୍ମଜ୍ଞାନୀ — Knowing the truth regarding God
- ଦେ. ବିଣ — (ଉ—ଏମନ୍ତ ଶୁଣି ଭକ୍ତ ହସି, ବୋଇଲ ଶୁଣ ବ୍ରହ୍ମରାଶି—ଭୂପତି. ପ୍ରେମପଞ୍ଚାମୃତ।)