ବ୍ରଜନାଥ ବଡ଼ଯେନା Brajanātha baṟḍ̠aj̄enā
- ଦେ. ବି (ନାମ) — ଅଷ୍ଟାଦଶ ଶତାବ୍ଦୀର ପରାର୍ଦ୍ଧରେ ଜନ୍ମିଥିବା ଢେଙ୍କାନାଳ ବାସୀ ଜନୈକ କବି — Name of an Oriya poet of the latter half part of the 18th century; the author of the Samara Taraṅga
- ଦେ. ବି (ନାମ) — [ଦ୍ର—ମରହଟ୍ଟାମାନେ ଓଡ଼ିଶା ଅଧିକାର କରିବା ସମୟରେ ମରହଟ୍ଟାମାନଙ୍କର ଓ ଢେଙ୍କାନାଳ ରାଜା ତ୍ରିଲୋଚନ ମହୀନ୍ଦ୍ର, ବାହାଦୂରଙ୍କର ଢେଙ୍କାନାଳ ଗଡ଼ ନିକଟରେ ଯେଉଁ ଯୁଦ୍ଧ ହୋଇଥିଲା, ସେ ଯୁଦ୍ଧ ବିଷୟ ବର୍ଣ୍ଣନା କରି ବ୍ରଜନାଥ ସମରତରଙ୍ଗ ନାମରେ ଖଣ୍ଡିଏ ଓଡ଼ିଆ ପଦ୍ୟ ରଚନା କରିଥିଲେ। ଏ ମଧ୍ୟ ହିନ୍ଦୀଭାଷାରେ ପୁରୀ ଜଗନ୍ନାଥଙ୍କ ଗୁଣ୍ଡିଚା (ରଥ)ଯାତ୍ରା ସମ୍ବନ୍ଧେ ଗୋଟିଏ କବିତା ଲେଖିଥିଲେ।
- ଦେ. ବି (ନାମ) — ତାରିଣୀଚରଣଙ୍କ ଉତ୍କଳ ସାହିତ୍ୟର ଇତିହାସରେ ଏହାଙ୍କ ନାମ ବ୍ରଜନାଥ ଦାସ ବୋଲି ଲେଖା ଯାଇଅଛି।]