ବୋହିବା Bohibā
- ଦେ. କ୍ରି. (ସଂ. ବହ ଧାତୁ) — ଭାର ଆଦି ବହନ କରିବା — To carry loads etc
- ଦେ. କ୍ରି. (ସଂ. ବହ ଧାତୁ) — (ଉ—ବୋହି ବୋହିକା ଯିବି ଶିରେ ପାତକ ଓଳିଆ। ଭିକାରୀ ଗୀତ ଲହରୀ।)
- ଦେ. କ୍ରି. (ସଂ. ବହ ଧାତୁ) — (ଜଳାଦି) ସ୍ରୋତ ରୂପେ ତଳ ଆଡ଼କୁ ଗତି କରିବା — To flow down in a current (said of liquid)
- ଦେ. କ୍ରି. (ସଂ. ବହ ଧାତୁ) — (ବାୟୁ) ବେଗରେ ଗତି କରିବା; ପବମାନ ହେବା — To blow (said of wind)
- ଦେ. କ୍ରି. (ସଂ. ବହ ଧାତୁ) — (ଝାଳ ବା ରକ୍ତ) ସ୍ରବିବା — To trickle down
- ଦେ. କ୍ରି. (ସଂ. ବହ ଧାତୁ) — ଜମିବାଡ଼ିକୁ ପାଣି ମଡ଼ାଇବା ପାଇଁ କିମ୍ବା ଜଳାଶୟକୁ ଶୁଖାଇବା ପାଇଁ ଶେଣା ଆଦି ଦ୍ୱାରା ଜଳାଶୟରୁ ଜଳ ଉତ୍ତୋଳନ କରିବା — To lift or bale out water from a tank for irrigation purposes
- ଦେ. କ୍ରି. (ସଂ. ବହ ଧାତୁ) — (ବହ ଧାତୁ ଣିଚ; ବାହି ଧାତୁ) ଅନ୍ୟ ଦ୍ୱାରା ବହନ କର୍ମ କରାଇବା; ବୁହାଇବା — To cause another to carry a load
- ଦେ. କ୍ରି. (ସଂ. ବହ ଧାତୁ) — (ଯାନ ବାହାନ ଆଦି) ବାହିବା; ଚାଳିତ କରାଇବା — To drive (a car or a beast)
- ଦେ. କ୍ରି. (ସଂ. ବହ ଧାତୁ) — (ନଦ, ମଦୀ) ପର୍ବତରୁ ବା ହ୍ରଦରୁ ଉତ୍ପନ୍ନ ହେବା; ବୋହି ଆସିବା; ବାହାରିବା — To rise from its source (said of a river)