ବୋଲ କରିବା Bola karibā
- ଦେ. କ୍ରି — ଜଣକର ଉପଦେଶ ଅନୁସାରେ କାର୍ଯ୍ୟ କରିବା — To act according to one's directions
- ଦେ. କ୍ରି — [ଉ—ଦ୍ରୈପଦୀ ବୋଇଲେ ମୋ ବୋଲ କର ବାବୁ—କୃଷ୍ଣସିଂହ. ମହାଭାରତ. ସଭା)।
- ଦେ. କ୍ରି — ଆଦେଶ ମାନିବା — To obey one's orders
- ଦେ. କ୍ରି — (ଉ—ଆଜ ଠାରୁ ବୋଲ ସେ କରିବେ ତୁମ୍ଭର—କୃଷ୍ଣସିଂହ. ମହାଭାରତ. ବନ)।
- ଦେ. କ୍ରି — ଅନୁରୋଧ ରକ୍ଷା କରିବା — To carry out a request
- ଦେ. କ୍ରି — (ଉ—ତୁମ୍ଭେ ଏବେ ମୋ ବୋଲ କରି ଦ୍ୱିଜ ପୂଜା। ଏ ଜଗତ ଯାକରେ ହେବ ମହାରାଜା—କୃଷ୍ଣସିଂହ. ମହାଭରତ. ଅନୁଶାସନ)
- ଦେ. କ୍ରି — କାର୍ଯ୍ୟକ୍ଷମ ବା କାର୍ଯ୍ୟକାରୀ ହେବା — To be in a properly Working order
- ଦେ. କ୍ରି — (ଯଥା—ଏ ପୁରୁଣା ବେହେଲାଟି ଆଉ ବୋଲ କରୁ ନାହିଁ)
- ଦେ. କ୍ରି — (ଆଦେଶ ଆଦି) ପ୍ରତିପାଳିତ ହେବା — To be obeyed; to be acted upon
- ଦେ. କ୍ରି — ଆଦୃତ ହେବା — To be respected
- ଦେ. କ୍ରି — (ଯଥା—ଆଜିକାଲି ଯୁଗରେ ଆମ ମରହଟ୍ଟିଆଙ୍କ କଥା ବୋଲ କରୁ ନାହିଁ।)
- ଦେ. କ୍ରି — କାଟୁ କରିବା; ଫଳପ୍ରଦ ହେବା — To be effective