ବୋଇତ ବନ୍ଦାଇବା Boita bandāibā
- ଦେ. କ୍ରି — ବାଣିଜ୍ୟପୋତ ବ୍ଯବସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିବା ସମୟରେ ଓ ବିଦେଶରୁ ଫେରିଆସିବା ସମୟରେ ବଣିକଙ୍କ ସ୍ତ୍ରୀମାନେ ସାତଦୀପ ଆଦି ଦ୍ୱାରା ବାଣିଜ୍ୟପୋତକୁ ବନ୍ଦାପନା କରିବା — To worship a ship by waving light before it while it is going out for a voyage or returning home after a voyage
- ଦେ. କ୍ରି — [ଦ୍ର—ବଣିକ ପରିବାରର ସ୍ତ୍ରୀମାନେ ଫୁଲ ଓ ସାତଦୀପ ନେଇ ବୋଇତକୁ ବନ୍ଦାପନା କରୁଥିବା କାହାଣୀରୁ ଜଣାଯାଏ । କାର୍ତ୍ତିକ ଅମାବାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏବଂ ପୀଠରେ ବୋଇତର ବା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାନ୍ତି । ସମ୍ଭବତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଓ ରଜର 3 ୟ ଦିନ ଅର୍ଥାତ୍ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରନ୍ତି । ସମ୍ଭବତଃ ଏହା ବୋଇତ ଫେରି ଆସିବା ସମୟରେ କରାଯାଉଥିବା ବନ୍ଦାପନାର ସ୍ମାରକ ।] — [ଦ୍ର—ବଣିକ ପରିବାରର ସ୍ତ୍ରୀମାନେ ଫୁଲ ଓ ସାତଦୀପ ନେଇ ବୋଇତକୁ ବନ୍ଦାପନା କରୁଥିବା କାହାଣୀରୁ ଜଣାଯାଏ କାର୍ତ୍ତିକ ଅମାବାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏବଂ ପୀଠରେ ବୋଇତର ବା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାନ୍ତି ସମ୍ଭବତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଓ ରଜର3ୟ ଦିନ ଅର୍ଥାତ୍ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରନ୍ତି ସମ୍ଭବତଃ ଏହା ବୋଇତ ଫେରି ଆସିବା ସମୟରେ କରାଯାଉଥିବା ବନ୍ଦାପନାର ସ୍ମାରକ ]