ବୈଶ୍ୱଦେବ Ba̲i̱ṡwadeba

  • ସଂ. ବି. (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି) — ବିଶ୍ୱଦେବଙ୍କ ଉଦ୍ଦେଶ୍ୟରେ ଦ୍ୱିଜାତିଙ୍କର ପ୍ରତିଦିନ କର୍ତ୍ତବ୍ୟ ଅନ୍ନ ବଳିଦାନ ବିଧି — A daily ceremony of offering oblations of food to various Deities, the fire, certain beings and animals, observed by the twice born amongst the Hindus
  • ସଂ. ବି. (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି) — [ଦ୍ର—ସକାଳେ ଗୃହସ୍ଥର ପାକ ଶେଷ ହେବା ପରେ ଏ 'ଅନ୍ନ ବଳିଦାନ' ଅନୁଷ୍ଠିତ ହୁଏ । ଏଥିରେ ପ୍ରଥମେ ଗୋଟିଏ ସ୍ଥାନକୁ କୁଶ, ଗୋମୟ ଓ ଜଳ ଦ୍ୱାର ପରିଷ୍କୃତ କରି ସେଠାରେ ମୁରୁଜରେ ଠାଆ କରି ତହିଁରେ ପାକାଗ୍ନିଙ୍କୁ ବଳି ଦିଆଯାଏ, ତା ପରେ ନିମ୍ନଲିଖିତ ଭାବରେ ବଳିଦାନ, କରାଯାଏ—
  • ସଂ. ବି. (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି) — ଏମାନଙ୍କ ନାମ ଉଚ୍ଚାରଣ— ପୂର୍ବକ ଠାଆ ଉପରେ ଗଣ୍ଡାଏ ଗଣ୍ଡାଏ ଅନ୍ନ ଦିଆଯାଏ । — 1ବ୍ରହ୍ମା,2ପ୍ରଜାପତି,3ଗୁହ୍ୟଗଣ,4ଅନୁମତି,5କଶ୍ୟପ (ଏହି ପାଞ୍ଚଟି ବଳି ଅଗ୍ନିରେ ଅର୍ପଣ କରାଯାଏ);6ପର୍ଜ୍ଜନ୍ୟ,7ଜଳ,8ପୃଥିବୀ,9ଧାତୁ,10ବିଧାତୃ,11-14ଚତୁର୍ଦ୍ଦିଗ,15-18ଚତୁଷ୍କୋଣ,19ସୂର୍ଯ୍ୟ,20ଅନ୍ତରୀକ୍ଷ,21ବିଶ୍ୱଦେବଗଣ,22ବିଶ୍ୱଭୂତଗଣ,23ଉଷା,24ଭୂତପତି,25ପିତୃଗଣ,26ଯକ୍ଷ,27-33ସନକାଦି ସପ୍ତ ମନୁଷ୍ୟ
  • ସଂ. ବି. (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି) — ତା ପରେ ଖଣ୍ଡିଏ ଖଣ୍ଡିଏ ପତ୍ରରେ ବଢ଼ା ହୋଇଥିବା ଅନ୍ନକୁ ନିମ୍ନଲିଖିତ ରୂପେ ପାଣି ଛଡ଼ାନ୍ତି । 34-36 ପିତୃ ପିତାମହ ଓ ପ୍ରପିତାମହ, 37-39 ମାତାମହ, ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ, 40-45 ପିତୃ 3 ଜଣ ଓ ମାତା ମହାଦି 3 ଜଣ, 46 ଅତିଥି ବ୍ରାହ୍ମଣ, 48-50 , ଶ୍ୱାନ, ଚାଣ୍ଡାଳ ଓ ବାୟସ । କେହି କେହି ବୈଶ୍ୱଦେବ ସ୍ଥାନରୁ ଉଠି ଆସି ଅଗଣାରେ ବା ଘରର ବାଡ଼ିଆଡ଼େ 48-50 ବଳି ଦିଅନ୍ତି । 50 ବଳିକୁ 'କାକ ବଳି' ବୋଲାଯାଏ । ଶେଷରେ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି । — ତା ପରେ ଖଣ୍ଡିଏ ଖଣ୍ଡିଏ ପତ୍ରରେ ବଢ଼ା ହୋଇଥିବା ଅନ୍ନକୁ ନିମ୍ନଲିଖିତ ରୂପେ ପାଣି ଛଡ଼ାନ୍ତି 34-36ପିତୃ ପିତାମହ ଓ ପ୍ରପିତାମହ,37-39ମାତାମହ, ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ,40-45ପିତୃ3ଜଣ ଓ ମାତା ମହାଦି3ଜଣ,46ଅତିଥି ବ୍ରାହ୍ମଣ,48-50, ଶ୍ୱାନ, ଚାଣ୍ଡାଳ ଓ ବାୟସ କେହି କେହି ବୈଶ୍ୱଦେବ ସ୍ଥାନରୁ ଉଠି ଆସି ଅଗଣାରେ ବା ଘରର ବାଡ଼ିଆଡ଼େ48-50ବଳି ଦିଅନ୍ତି 50ବଳିକୁ 'କାକ ବଳି' ବୋଲାଯାଏ ଶେଷରେ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି
  • ସଂ. ବି. (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି) — ନିଷ୍ଠାପର ଗୃହସ୍ଥ ଦେବପୂଜା ଓ ବୈଶ୍ୱଦେବ ନ କରି ଭୋଜନ କରନ୍ତି ନାହିଁ ।]