ବୈଡ୍ୟନାଥ Ba̲i̱dyanātha

  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — ଶିବ; ମହାଦେବ — Ṡiba
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — ଶିବାନୁଚର ଭୈରବ ବିଶେଷ — Name of an attendant of Ṡiba
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — ବାବା ବୈଦ୍ୟନାଥ; ଛୋଟନାଗପୁର ବିଭାଗର ଅନ୍ତର୍ଗତ ସାନ୍ତାଳ ପ୍ରଗନ୍ନା ଜିଲ୍ଲାର ଦେଓଘର ସବ୍ଡ଼ିଭିଜନସ୍ଥ ପ୍ରସିଦ୍ଧ ଶିବ ଲିଙ୍ଗ — Images of Ṡiba in Deoghar in Santhal Perganas
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — [ଦ୍ର—ହିନ୍ଦୁଙ୍କର ଏହା ଗୋଟିଏ ପୀଠ ଓ ପ୍ରଧାନ ତୀଥ। ଏଠାରେ 22 ଗୋଟି ମନ୍ଦିର ଶିବଙ୍କ ନାମରେ ଉତ୍ସୃଷ୍ଟ। ଏଠାର ଶିବଲିଙ୍ଗ ଭାରତ ପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକତମ।] — [ଦ୍ର—ହିନ୍ଦୁଙ୍କର ଏହା ଗୋଟିଏ ପୀଠ ଓ ପ୍ରଧାନ ତୀଥ ଏଠାରେ22ଗୋଟି ମନ୍ଦିର ଶିବଙ୍କ ନାମରେ ଉତ୍ସୃଷ୍ଟ ଏଠାର ଶିବଲିଙ୍ଗ ଭାରତ ପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକତମ]
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — ଉତ୍ତରପୂର୍ବ ଭାରତର ଗୋଟିଏ ପ୍ରଧାନ ହିନ୍ଦୁ ତୀର୍ଥ; ବୈଦ୍ୟନାଥ ଲିଙ୍ଗଙ୍କ ଅଧିଷ୍ଠିତ ନଗର, ଦେଓଘର — The town of Deoghar
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — [ଦ୍ର—ଏ ସ୍ଥାନର ଜଳବାୟୁ ସ୍ୱାସ୍ଥ୍ୟକର ଥିବାରୁ ଏଠାକୁ ଭାରତର ନାନା ସ୍ଥାନରୁ ସହସ୍ର ସହସ୍ର ବ୍ୟକ୍ତି ଆସନ୍ତି ଓ ଏଠାରେ ଅନେକ ବଡ଼ ଲୋକ ସ୍ୱାସ୍ଥ୍ୟନିବାସାର୍ଥ ପ୍ରାସାଦମାନ ତୋଳି ଅଛନ୍ତି।
  • ସଂ. ବି—(ବୈଦ୍ଯ=ଚିକିତ୍ସକ+ନାଥ=ପ୍ରଭୁ) — ଏ ଦେବତାଙ୍କ ନିକଟରେ ବହୁ ଶତ ଭକ୍ତ ନର ନାରୀ ମନୋବାଞ୍ଛା ସିଦ୍ଧ୍ୟାର୍ଥ ଓ ଆରୋଗ୍ୟ ଲାଭାର୍ଥ 'ଧାରଣା' ପଡ଼ନ୍ତି। ଏ ସ୍ଥାନର କୂପ ଜଳ ଅତି ସୁସ୍ୱାଦୁ। ଏ ଦେବତାଙ୍କୁ ସ୍ନେହରେ ହିନ୍ଦୁମାନେ 'ବାବା ବୈଦ୍ୟନାଥ' ବୋଲି ଡାକନ୍ତି। ଫଳତଃ ଏ ସ୍ଥାନର ଜଳବାୟୁ ଗୁଣରେ ଓ ଦେବତାଙ୍କ ଅନୁଗ୍ରହରେ ବହୁ ସହସ୍ର ରୋଗୀ ଧାରଣା ପଡ଼ି ଅସାଧ୍ୟ ରୋଗମାନଙ୍କରୁ ମୁକ୍ତିଲାଭ କରିବା ଦେଖାଯାଏ। ଏଠାରେ ଅଧିକାଂଶ ସ୍ୱାସ୍ଥ୍ୟନିବାସ ବଙ୍ଗୀୟ ବଡ଼ଲୋକ ମାନଙ୍କର। ଏ ସ୍ଥାନ ପାହାଡ଼ିଆ। ଏଠାରେ ଭଲ ସନ୍ଦେଶ ଓ ବସାଦହି ମିଳେ ଏବଂ ଲୁହାର ଉତ୍କୃଷ୍ଟ ଜିନିସମାନ ଏଠାରେ ତିଆରି ହୁଏ।]