ବେହୁଷିବା Behushiba

  • ଦେ. କ୍ରି — ବେଉଷଣ କରିବା; ବୁଣାଯାଇଥିବା ଶାରଦ ଧାନଗଛ (ବୁଆ ଧାନଗଛ) ଚାଖଣ୍ଡେ ଲେଖାଏଁ ବଢିଗଲେ କିଆରିରେ ପାଣି ପୁରାଇ ସେହି କିଆରିକୁ ଉତ୍ତମରୂପେ ହଳରେ ଚଷି ଧାନଗଛମାନଙ୍କୁ କିଆରି ତମାମ୍ସମବରେ ଖେଳାଇ ତହିଁ ଉପରେ ମଇ ଦେବା ପ୍ରକ୍ରିୟା — The agricultural operation of puddling and equally distributing the paddy plants when they are about 10 inches high
  • ଦେ. କ୍ରି — [ଦ୍ର—ଶାରଦ ବୁଆ ଧାନଗଛମାନ ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହେଲେ କିଆରିରେ ପାଣି ପୂରାଇ ଖୁବ୍ କାଦୁଆ କରି ହଳ ବୁଲାଇବାକୁ ହୁଏ । ଏପରି ହେଲେ ଧାନଗଛମାନ ଓଲଟ ପାଲଟ ହୋଇ— ଯାଏ ଓ ତା ଉପରେ ମଇ ଚଳାଇବାକୁ ହୁଏ। ଏହାକୁ ବେଉଡ଼ା ବା ବେଉଷଣ ବୋଲାଯାଏ । ମଇ ଚଲାଇବା ପରେ ଯେବେ ଦେଖାଯାଏ ଯେ କିଆରିରେ କେଉଁ କେଉଁ ସ୍ଥାନରେ ଧାନଗଛ ଗୁଡ଼ିଏ ଘନ ସନ୍ନିବିଷ୍ଟ ହୋଇଅଛି, ଓ କେଉଁ କେଉଁଠାରେ ଧାନଗଛ ଆଦୌ ନାହିଁ, ତେବେ ହାତଦ୍ୱାରା ଘନ ସନ୍ନିବିଷ୍ଟ ଧାନଗଛ ମଧ୍ୟରୁ ଗୋଟିକେତେ ଗଛ ଉଠାଇ ନେଇ ଧାନଗଛ ନ ଥିବା ଯାଗାରେ ପୋତି ଦେବାକୁ ହୁଏ। ଏପରି ହେଲେ କିଆରିର ସବୁ ଅଂଶରେ ଧାନଗଛମାନ ସମାନରୂପେ ଖେଳାଇ ହୋଇ ରହେ; ଏହାକୁ ଖେଳୁଆ ବୋଲାଯାଏ । ବେଉଡ଼ା ବେଉଷଣ ହେବାର କେତେଦିନ ପରେ ଦେଖାଯାଏ ଯେ ଧାନଗଛମାନ ଖୁବ୍ ତାଜା ହୁଏ ଓ ମୂଳମାନଙ୍କରୁ କୁଆଁମାନ ବାହାରେ ।]