ବେରିବେରି Beri beri

  • ବୈଦେ. ବି (ସିଂହଳଭାଷା ବେରୀ=ଦୁର୍ବଳାତା; ବେରି ବେରି=ବିଶେଷ ଦୁର୍ବଳତା) ବି — ଭୟଙ୍କର ଫୁଲା ରୋଗବିଶେଷ — Beriberi; a kind of fatal disease
  • ବୈଦେ. ବି (ସିଂହଳଭାଷା ବେରୀ=ଦୁର୍ବଳାତା; ବେରି ବେରି=ବିଶେଷ ଦୁର୍ବଳତା) ବି — [ଦ୍ର—ଅତି ସଫା କଳଚାଉଳ ଖାଇଲେ ଏ ରୋଗ ଜନ୍ମେ। ଆଉ ମଧ୍ୟ ସାରହୀନ ଖାଦ୍ୟ ଏ ରୋଗର ପୋଷକତା କରେ। ଏ ରୋଗ ମାରାତ୍ମକ; ଏଥିରେ ଶୋଥ ଜନ୍ମେ। ଏ ରୋଗ ଆଗେ ଚୀନ୍ଦେଶରେ, ତା ପରେ ଜାପାନରେ ବ୍ୟାପିଥିଲା। ରୁଷ ଜାପାନ ଯୁଦ୍ଧ ସମୟରେ 50 ହଜାର ଜାପାନୀ ଲୋକଙ୍କୁ ଏ ରୋଗ ଧରିଥିଲା। ଜର୍ମାନ୍ ଯୁଦ୍ଧରେ ମେସୋପୋଟାମିଆଁରେ ଅନେକ ଇଂରେଜ ସୈନ୍ୟଙ୍କୁ ଏ ରୋଗ ଆକ୍ରମଣ କରିଥିଲା। ସ୍ତ୍ରୀଲୋକଙ୍କ ଅପେକ୍ଷା ପୁରୁଷଲୋକଙ୍କୁ ଏ ରୋଗ ବେଶି ଧରେ। ରୋଗର ଲକ୍ଷଣ ଏହି ଯେ—ଗୋଡ଼ ଅବଶ ହୋଇଯାଏ; କ୍ରମେ ଗୋଡ଼ ଓ ଜଙ୍ଘ ଦରଜ ହୁଏ ଓ ଦେହ ଫୁଲିଯାଏ; ମୁହଁ ମଧ୍ୟ ଫୁଲେ; ଦେହର କୌଣସି ସ୍ଥାନ ଟିପିଲେ ଖାଲ ହୋଇଯାଏ ମାତ୍ର ସେ ଖାଲ ସ୍ଥାନ ଶୀଘ୍ର ପୂରିଯାଏ ନାହିଁ; ହାତ ଗୋଡ଼ କ୍ରମଶଃ ଅଚଳ ହୁଏ; ହୃତ୍ପିଣ୍ଡ ଦୁର୍ବଳ ହୁଏ; ରୋଗୀ ପୂର୍ଣ୍ଣ ବିଶ୍ରାମ ନ କରି ଚଲାବୁଲା କଲେ ବା ପରିଶ୍ରମ କଲେ ହଠାତ୍ ହୃତପିଣ୍ଡର କାର୍ଯ୍ୟ ବନ୍ଦ ହୋଇ ମୃତ୍ୟୁ ଘଟେ; ଏ ରୋଗୀର ଖର ନିଃଶ୍ୱାସ ବହେ; ନାଡ଼ି ଦୁର୍ବଳ ହୁଏ; ବେଶୀ ପ୍ରସ୍ରାବ ହୁଏ ନାହିଁ—ସତ୍ୟସମାଚାର— 1। 7। 31 ] — [ଦ୍ର—ଅତି ସଫା କଳଚାଉଳ ଖାଇଲେ ଏ ରୋଗ ଜନ୍ମେ ଆଉ ମଧ୍ୟ ସାରହୀନ ଖାଦ୍ୟ ଏ ରୋଗର ପୋଷକତା କରେ ଏ ରୋଗ ମାରାତ୍ମକ; ଏଥିରେ ଶୋଥ ଜନ୍ମେ ଏ ରୋଗ ଆଗେ ଚୀନ୍ଦେଶରେ, ତା ପରେ ଜାପାନରେ ବ୍ୟାପିଥିଲା ରୁଷ ଜାପାନ ଯୁଦ୍ଧ ସମୟରେ50ହଜାର ଜାପାନୀ ଲୋକଙ୍କୁ ଏ ରୋଗ ଧରିଥିଲା ଜର୍ମାନ୍ ଯୁଦ୍ଧରେ ମେସୋପୋଟାମିଆଁରେ ଅନେକ ଇଂରେଜ ସୈନ୍ୟଙ୍କୁ ଏ ରୋଗ ଆକ୍ରମଣ କରିଥିଲା ସ୍ତ୍ରୀଲୋକଙ୍କ ଅପେକ୍ଷା ପୁରୁଷଲୋକଙ୍କୁ ଏ ରୋଗ ବେଶି ଧରେ ରୋଗର ଲକ୍ଷଣ ଏହି ଯେ—ଗୋଡ଼ ଅବଶ ହୋଇଯାଏ; କ୍ରମେ ଗୋଡ଼ ଓ ଜଙ୍ଘ ଦରଜ ହୁଏ ଓ ଦେହ ଫୁଲିଯାଏ; ମୁହଁ ମଧ୍ୟ ଫୁଲେ; ଦେହର କୌଣସି ସ୍ଥାନ ଟିପିଲେ ଖାଲ ହୋଇଯାଏ ମାତ୍ର ସେ ଖାଲ ସ୍ଥାନ ଶୀଘ୍ର ପୂରିଯାଏ ନାହିଁ; ହାତ ଗୋଡ଼ କ୍ରମଶଃ ଅଚଳ ହୁଏ; ହୃତ୍ପିଣ୍ଡ ଦୁର୍ବଳ ହୁଏ; ରୋଗୀ ପୂର୍ଣ୍ଣ ବିଶ୍ରାମ ନ କରି ଚଲାବୁଲା କଲେ ବା ପରିଶ୍ରମ କଲେ ହଠାତ୍ ହୃତପିଣ୍ଡର କାର୍ଯ୍ୟ ବନ୍ଦ ହୋଇ ମୃତ୍ୟୁ ଘଟେ; ଏ ରୋଗୀର ଖର ନିଃଶ୍ୱାସ ବହେ; ନାଡ଼ି ଦୁର୍ବଳ ହୁଏ; ବେଶୀ ପ୍ରସ୍ରାବ ହୁଏ ନାହିଁ—ସତ୍ୟସମାଚାର—1 7 31]