ବେଦାଙ୍ଗ Bedāṅga
- ସଂ. ବି. ( 6 ଷ୍ଠୀ ତତ୍; ବେଦର ଅଙ୍ଗ=ଅବୟବ) — 'ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ' ଏହି ଛଅଗୋଟି ବେଦର ଅଂଶ — The 6 parts or sciences comprised in the Vedas
- ସଂ. ବି. ( 6 ଷ୍ଠୀ ତତ୍; ବେଦର ଅଙ୍ଗ=ଅବୟବ) — [ଦ୍ର— 1 । ସ୍ୱର ବିଜ୍ଞାନ—ଯାହାଦ୍ୱାରା ବୈଦିକ ସୂକ୍ତମାନେ ଉଚ୍ଚାରଣ କରି ସ୍ୱରସଂଯୋଗପୂର୍ବକ ଗାନ କରବାର ଶିକ୍ଷାଲାଭ ହୁଏ— 2 । କଳ୍ପ—ସୂତ୍ରଗ୍ରନ୍ଥ; ବେଦର ବ୍ରାହ୍ମଣ ଭାଗର ସାର ତତ୍ତ୍ୱମାନ ଏଥିରେ ସୂତ୍ରାକାରରେ ଗ୍ରଥିତ ହୋଇଅଛି— 3 । ବୟାକରଣ—ଶବ୍ଦ ଓ ବାକ୍ୟାଦିର ଆକାର ପ୍ରକାର ଓ ପ୍ରକୃତି ପ୍ରତ୍ୟୟାଦିର ଜ୍ଞାନ ଯହିଁରୁ ହୁଏ— 4 । ନିରୁକ୍ତ— ବୈଦିକ ଶବ୍ଦ ଓ ବାକ୍ୟର ଅର୍ଥ ପ୍ରତିପାଦକ ଗ୍ରନ୍ଥ— 5 । ଛନ୍ଦଃ—'ଗାୟତ୍ରୀ, ଉଷ୍ଣିକ୍, ଅନୁଷ୍ଠୁଭ, ବୃହତୀ, ପଂକ୍ତି, ତ୍ରିଷ୍ଟଭ୍, ଜଗତୀ' ଏହି 7 ଟି ବୈଦିକ ଛନ୍ଦ ସମ୍ବନ୍ଧେ ଜ୍ଞାନ— 6 । ଜ୍ୟୋତିଷ—ଯଦ୍ୱାରା ସୂର୍ଯ୍ୟାଦି ଗ୍ରହଙ୍କର ଗତି, ସ୍ଥିତି, ଫଳ ଆଦିର ଜ୍ଞାନ ଲାଭ ହୁଏ।] — [ଦ୍ର—1 ସ୍ୱର ବିଜ୍ଞାନ—ଯାହାଦ୍ୱାରା ବୈଦିକ ସୂକ୍ତମାନେ ଉଚ୍ଚାରଣ କରି ସ୍ୱରସଂଯୋଗପୂର୍ବକ ଗାନ କରବାର ଶିକ୍ଷାଲାଭ ହୁଏ—2 କଳ୍ପ—ସୂତ୍ରଗ୍ରନ୍ଥ; ବେଦର ବ୍ରାହ୍ମଣ ଭାଗର ସାର ତତ୍ତ୍ୱମାନ ଏଥିରେ ସୂତ୍ରାକାରରେ ଗ୍ରଥିତ ହୋଇଅଛି—3 ବୟାକରଣ—ଶବ୍ଦ ଓ ବାକ୍ୟାଦିର ଆକାର ପ୍ରକାର ଓ ପ୍ରକୃତି ପ୍ରତ୍ୟୟାଦିର ଜ୍ଞାନ ଯହିଁରୁ ହୁଏ—4 ନିରୁକ୍ତ— ବୈଦିକ ଶବ୍ଦ ଓ ବାକ୍ୟର ଅର୍ଥ ପ୍ରତିପାଦକ ଗ୍ରନ୍ଥ—5 ଛନ୍ଦଃ—'ଗାୟତ୍ରୀ, ଉଷ୍ଣିକ୍, ଅନୁଷ୍ଠୁଭ, ବୃହତୀ, ପଂକ୍ତି, ତ୍ରିଷ୍ଟଭ୍, ଜଗତୀ' ଏହି7ଟି ବୈଦିକ ଛନ୍ଦ ସମ୍ବନ୍ଧେ ଜ୍ଞାନ—6 ଜ୍ୟୋତିଷ—ଯଦ୍ୱାରା ସୂର୍ଯ୍ୟାଦି ଗ୍ରହଙ୍କର ଗତି, ସ୍ଥିତି, ଫଳ ଆଦିର ଜ୍ଞାନ ଲାଭ ହୁଏ]