ବେଣୀ Beṇī
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ବିନ୍ୟସ୍ତ କେଶପାଶ; ଦଉଡ଼ି ପରି ବଳା ହୋଇଥିବା କେଶପାଶ — Braided hair; a braid or plait; a pigtail
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — [ଦ୍ର—ନାନା ଦେଶର ସ୍ତ୍ରୀ ମାନଙ୍କ ମଧ୍ୟରେ କେଶରଚନାରେ ନାନାପ୍ରକାର 'ବେଣି' ବିନ୍ୟାସ ଅଛି; ଯଥା—ବଙ୍ଗାଳୀ ବେଣୀ, ଦକ୍ଷିଣୀ ବେଣୀ, ଫିରିଙ୍ଗୀ ବେଣୀ, ଜାଉଁଳି ବା ଦୋହୋରୀ ବେଣୀ, ଲୋଟଣୀ ବେଣୀ, କମା ବେଣୀ, ସୁନ୍ଥା ବେଣୀ ବା ସୁନ୍ଥାଣ ବେଣୀ ଇତ୍ୟାଦି।]
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ଜଳପ୍ରବାହ — A current or stream of water
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ବୟନ; ବୁଣିବା — Weaving
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ଦେବତାଡ଼ ଗୁଳ୍ମ; ଏକପ୍ରକାର ଘାସ — Andropogen Caricosus (a grass)
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ନଦୀ— ବିଶେଷ — Name of a river
- ସଂ. ବି (ବେଣ ଧାତୁ+ଇ;ଈ; କିମ୍ବା ବି ଧାତୁ=ଗମନ କରିବା+ନି, ନୀ) — ମେଣ୍ଢୀ — An ewe
- ଦେ. ବି. (ସଂ. ବେଣୀ) — କୁଟାରେ ବା ନଡ଼ାରେ ବୁଣାଯାଇ ଥିବା ମୋଡ଼ା; ନିଆଁ ବଡ଼ିଆ — A plaint or braid of straw to preserve fire
- ଦେ. ବି. (ସଂ. ବେଣୀ) — କହୁଣିଆ 2 (ଦେଖ) — କହୁଣିଆ(ଦେଖ)—. Kahuṇiā (See)
- ପ୍ରାଦେ. (ବାଲେଶ୍ୱର) ବି — ବେଣିଆ (ଦେଖ) — Beṇiā (See)