ବେଗ ବେଗ Bega Bega
- ଦେ. ବିଣ. ପୁଂ — ଯେଉଁ ଛାତ୍ର କୌଣସି ବିଷୟକୁ ଶୀଘ୍ର ପଇଟାଏ ଓ ଶୀଘ୍ର ପାଶୋରି ପକାଏ — (a student) Who remembers or gets by heart a matter soon and forgets it soon
- ଦେ. କ୍ରି. ବିଣ — ମୁହୁର୍ମୁହୁଃ; ପୁନଃ ପୁନଃ — Repeatedly; every moment
- ଦେ. କ୍ରି. ବିଣ — [ଉ— ନାସାନୀଳତିଳଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ। କବିସୂର୍ଯ୍ୟ—କିଶୋରୀଚମ୍ପୂ ବ ଗୀତ]
- ଦେ. କ୍ରି. ବିଣ — ଚଞ୍ଚଳ — Quickly
- ଦେ. କ୍ରି. ବିଣ — [ଉ—ବିଚ୍ଛେଦ ରାମ ରାମା ବସ୍ତ୍ର ଖଡ଼ଗେ, ବେଗ ବେଗ ଯାଉଁ ଗୋଡ଼ାଇ ସଙ୍ଗେ। ଭଞ୍ଜ. ବୈଦେହୀଶ ବିଳାଶ।]