ବୃହନ୍ନଳା Bruhannaḻā
- ସଂ. ବି. ପୁଂ — ପାଣ୍ଡବମାନେ ବିରାଟ ରାଜାଙ୍କ ଗୃହରେ ପ୍ରଚ୍ଛନ୍ନ ଭାବରେ ବାସ କରୁଥିବା ସମୟରେ ବିରାଟକନ୍ଯା ଉତ୍ତରାଙ୍କୁ ନୃତ୍ୟଗୀତାଦି ଶିକ୍ଷାଦେବା ନିମନ୍ତେ ନିଯୁକ୍ତ କ୍ଳୀବରୂପଧାରୀ ଅର୍ଜୁନଙ୍କ ନାମ — The name assumed by Arjuna when he lived incognito in the house of the king of Birāṭa, as an eunuch and engaged as music master to the daughter of the king
- ସଂ. ବି. ପୁଂ — (ଉ—ଏ ବାହାରେ ମୋହର ନାମ ବୃହନ୍ନଳା, ମୋ ପରି ନାହିଁ ଜାଣିବାକୁ ନୃତ୍ୟକଳା. କୃଷ୍ଣସିଂହ ମହାଭାରତ ବିରାଟ ।)