ବୃତ୍ତି Bṛutti

  • ସଂ. ବି—(ବୃତ୍ ଧାତୁ+କରଣ. ତି) — ଜୀବିକା; ଦାନା ପାଣି; ପେଶା — Livelihood; employment; profession; means or living
  • ସଂ. ବି—(ବୃତ୍ ଧାତୁ+କରଣ. ତି) — (ଉ—ବୃତ୍ତ ଏ ମୋ ପୋଷେ କୁଟୁମ୍ବ—ଭଞ୍ଜ. ବୈଦେହୀଶବିଳାସ। ଉ—ତିନିଲୋକ ଖ୍ୟାତ ହୋଇଛି ତୁମ୍ଭ କୀର୍ତ୍ତି; ଆଚରିବ କିରୂପେ କହ ଭିକ୍ଷାବୃତ୍ତି—କୃଷ୍ଣସିଂହ. ମହାଭାରତ. ଶାନ୍ତି।)
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ଖାଦ୍ୟ; ଆହାରୀୟ ବସ୍ତୁ — Food
  • ସଂ. ବି—(ବୃତ୍ ଧାତୁ+କରଣ. ତି) — (+ଭାବ. ତି) ଖାଇବା; ଭୋଜନ — Eating; meal
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ଖୋରାକପୋଷାକ; ଜୀବନଧାରଣ — Living; maintenance
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ବ୍ଯବସାୟ — Trade; commerce
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ବ୍ୟାପାର; କାର୍ଯ୍ୟ — An act; an event
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ମନୋବୃତ୍ତି; ମାନସିକ ଧର୍ମ — Mental habit or quality; mental faculty
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ପ୍ରବୃତ୍ତି; ଚିତ୍ତର ଗତି — Tendency; inclination
  • ସଂ. ବି—(ବୃତ୍ ଧାତୁ+କରଣ. ତି) — [ଦ୍ର—ଯୋଗଶାସ୍ତ୍ର ଅନୁସାରେ ଚିତ୍ତବୃତ୍ତି 5 ପ୍ରକାରର ବୋଲି କଳ୍ପିତ, ଯଥା—କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ—ହି. ଶ] — [ଦ୍ର—ଯୋଗଶାସ୍ତ୍ର ଅନୁସାରେ ଚିତ୍ତବୃତ୍ତି5ପ୍ରକାରର ବୋଲି କଳ୍ପିତ, ଯଥା—କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ—ହି. ଶ]
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ଇଚ୍ଛା — Volition; wish
  • ସଂ. ବି—(ବୃତ୍ ଧାତୁ+କରଣ. ତି) — ସ୍ଥିତି — Situation; existence