ବୁଢ଼ିଆଣୀ Buṟḍ̠ẖiāiṇī

  • ଦେ. ବି — ମାକଡ଼ସା; ଅଷ୍ଟପଦୀ ପକ୍ଷହୀନ କୀଟ ବିଶେଷ — A spider; Aranæ
  • ଦେ. ବି — [ଦ୍ର— ବୁଢ଼ିଆଣୀର ଉଦରରେ ସୂତା କାଟିବାର ଯନ୍ତ୍ର ଅଛି ସେଥିରୁ ନାଳ ବହି ସୂତା ଆକାରରେ ପରିଣତ ହୁଏ, ସେହି ସୂତାରେ ବୁଢ଼ିଆଣୀ ଶୂନ୍ଯ ମାର୍ଗରେ ଜାଲ ବୁଣେ ଓ ସେ ଜାଲରେ କୀଟ ପତଙ୍ଗ ଆଦି ପଡ଼ିଲେ ସେମାନଙ୍କୁ ଧରି ଆହାର କରେ।]
  • ଦେ. ବି — ଶିଶୁମାନଙ୍କର ଏକ ପ୍ରକାର ଲୁଚୁକାଳି ଖେଳ — A kind of indoor game of hide and seek amongst childern
  • ଦେ. ବି — [ଦ୍ର—ଏଥିରେ ଜଣେ ପିଲା ବୁଢ଼ୀ ବା ବୁଢ଼ିଆଣୀ ହୋଇ ମଝିରେ ବସେ; ଜଣେ ପିଲା ଚୋର ହୁଏ; ତା ଆଖି ବୁଜା ହେବା ବେଳେ ଅନ୍ୟ ପିଲାମାନେ ଲୁଚନ୍ତି; ତା ପରେ ଚୋରର ଆଖି ଫିଟାଇ ଦିଆଯାଏ ଓ ସେ ବୁଢ଼ିଆଣୀର ଚାରି ପାଖରେ ବୁଲୁ ଥାଏ ଓ ଛକି ଥାଏ। କିଛିକ୍ଷଣ ପରେ ଲୁଚିଥିବା ପିଲାମାନେ ଆସି ବୁଢ଼ିଆଣୀକୁ ଛୁଇଁବାକୁ ଚେଷ୍ଟା କରନ୍ତି। ତହିଁ ମଧ୍ୟରୁ ଯେଉଁ ପିଲା ବୁଢ଼ିଆଣୀକୁ ଛୁଇଁ ପକାଇବା ପୂର୍ବରୁ ଚୋର ତାକୁ ଛୁଇଁ ଦିଏ ସେ ପୁଣି ଚୋର ହୁଏ।]