ବୁଡ଼େଇ ପକେଇବା Buṟḍ̠ei pakeibā
- ଦେ. କ୍ରି (କଥାରେ ଜୋର୍ ଦେବା— ପାଇଁ ଓ ବୁଡ଼ାଇବା କ୍ରିୟାର ବିଶିଷ୍ଟତା ସୂଚିତ କରିବା ପାଇଁ ବ୍ୟବହୃତ) — ଉପର ଆଚ୍ଛାଦନ କରିବା; ଘୋଡ଼ାଇ ପକାଇବା — To cover the surface of; to overcloud; to overspread
- ଦେ. କ୍ରି (କଥାରେ ଜୋର୍ ଦେବା— ପାଇଁ ଓ ବୁଡ଼ାଇବା କ୍ରିୟାର ବିଶିଷ୍ଟତା ସୂଚିତ କରିବା ପାଇଁ ବ୍ୟବହୃତ) — (ଉଚ୍ଚତର ବା କଠୋରତର ବସ୍ତୁ) ନୀଚତର ବା କୋମଳତର ବସ୍ତୁର ସ୍ୱାତନ୍ତ୍ର୍ୟକୁ ଲୁଚାଇ ଦେବା — To destroy the prominence or individuality of a lower or softer thing
- ଦେ. କ୍ରି (କଥାରେ ଜୋର୍ ଦେବା— ପାଇଁ ଓ ବୁଡ଼ାଇବା କ୍ରିୟାର ବିଶିଷ୍ଟତା ସୂଚିତ କରିବା ପାଇଁ ବ୍ୟବହୃତ) — (ଯଥା, ମେଘଗର୍ଜନ ସଙ୍ଗୀତର ସ୍ୱରକୁ ବୁଡ଼ାଇ ପକାଇଲା)
- ଦେ. କ୍ରି (କଥାରେ ଜୋର୍ ଦେବା— ପାଇଁ ଓ ବୁଡ଼ାଇବା କ୍ରିୟାର ବିଶିଷ୍ଟତା ସୂଚିତ କରିବା ପାଇଁ ବ୍ୟବହୃତ) — ଜଳପ୍ଲାବିତ କରିବା — To inundate; to flood