ବୁହେଇବା Buheibā

  • ଦେ. କ୍ରି — (ବହିବା କ୍ରିୟାର ଣିଜନ୍ତ ରୂପ) — Causative of bahibā.)
  • ଦେ. କ୍ରି — ବହାଇବା; ବହନ କରାଇବା — To cause to carry; to cause to be carried
  • ଦେ. କ୍ରି — (ଉ—ଇନ୍ଦ୍ର ହୋଇଲା ନୃପବର, ଋଷିଙ୍କି ବୁହାଇଲା ଭାର। ଜଗନ୍ନାଥ. ଭାଗବତ।)
  • ଦେ. କ୍ରି — (ରଥ, ଡଙ୍ଗା) ବାହିବା; ଚାଳିତ କରାଇବା — To drive; to cause to move (a cart, a boat)
  • ଦେ. କ୍ରି — (ଉ— ଲେଉଟାଇ ପୁରକୁ ବୁହାଇଲେ ରଥ। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।)
  • ଦେ. କ୍ରି — ପ୍ରବାହିତ କରାଇବା — To cause to flow
  • ଦେ. କ୍ରି — କ୍ଷେତ୍ରାଦିରେ ମଡ଼ାଇବା ପାଇଁ ବା ଜଳ— ଶୂନ୍ଯ କରିବା ପାଇଁ ପୁଷ୍କରିଣୀ ଆଦିରୁ ଜଳ ଉଠାଇବା — To lift water for the purpose of irrigating fields or emptying a tank; to bale out water
  • ଦେ. କ୍ରି — [ଦ୍ର—ସଂ. ବହ୍ ଧାତୁରୁ ଓଡ଼ିଆରେ 'ବହିବା' କ୍ରିୟାକୁ ସାଧାରଣତଃ 'ବୋହିବା' ଓ ଣିଜନ୍ତ 'ବହାଇବା' କ୍ରିୟାକୁ ସାଧାରଣତଃ 'ବୁହାଇବା' ରୂପେ ବ୍ୟବହାର କରାଯାଏ ଓ 'ବହନ' ଶବ୍ଦର ଓଡ଼ିଆ ବିଶେଷ୍ୟ ରୂପ 'ବହା'କୁ 'ବୁହା' ରୂପେ ଓ ବିଶେଷଣ 'ବାହକ' ଓ 'ବାହିତ'କୁ 'ବୁହା' ରୂପେ ବ୍ୟବହାର କରାଯାଏ।]