ବୁଲେଇବା Buleibā
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) ଗତି କରାଇବା; ଚାଳିତ କରିବା; ଘୂର୍ଣ୍ଣିତ କରାଇବା; ଘୂରାଇବା — To cause a thing to turn round or whirl or revolve
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଉ—ଛଅଟି କୁମାର ସେ ଚକ୍ରକୁ ବେଢ଼ିଛନ୍ତି, ଧରି କରି ତାହାକୁ ବୁଲାଉ ଅଛନ୍ତି। କୃଷ୍ଣସିଂହ. ମହାଭାରତ ଆଦି।)
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) କୌଣସି ବ୍ୟକ୍ତିକୁ ବହୁ ପଥ ଆକାରରେ ଭ୍ରମଣ କରାଇବା; ଚଳାଇବା — To cause a person to walk a long way fruitlessly
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଉ—ବାଇଆଣି! ବୁଲେଇ ବୁଲେଇ ମାଇଲାଣି—ଢଗ।)
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) ଭ୍ରମଣ କରାଇବା; ଟହଲାଇବା — To cause to move or walk; to take out for an airing
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଯଥା—ଘୋଡ଼ାକୁ ନେଇ ପଡ଼ିଆରେ ବୁଲାଇ ଆଣ।)
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) କୌଣସି ବ୍ୟକ୍ତିଙ୍କୁ ସଙ୍ଗରେ ଘେନି ବୁଲିବା — To take with you a person for a walk
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଯଥା—ପଣ୍ଡା ଯାତ୍ରୀଙ୍କୁ ନେଇ ଦେଉଳ ବେଢ଼ା ଭିତରେ ବୁଲାଉଛନ୍ତି।)
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) କୌଣସି ପଦାର୍ଥକୁ ବା ହସ୍ତ ଆଦିକୁ ଇତସ୍ତତଃ ଚାଳିବା; ଚାଳିତ କରିବା — To move to & fro
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଉ—ଜିହ୍ୱା ବୁଲାଇ ବେନି କଳେ, ଯେସନେ ବିଜୁଳି ଚଞ୍ଚଳେ। ଜଗନ୍ନାଥ. ଭାଗବତ)
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ସକର୍ମକ) ବ୍ଯାୟାମ ବା ଆତ୍ମରକ୍ଷା ନିମନ୍ତେ ଖଡ୍ଗ, ଯଷ୍ଟି ବା ବନୋଟି ଆଦି ଚାଳିତ କରିବା — To wave a stick, sword etc; to brandish; to flourish
- ଦେ. କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ) — (ଅକର୍ମକ) ମୁଣ୍ଡ ଶବ୍ଦ ସଙ୍ଗେ ଲାଗେ) ଘୂର୍ଣ୍ଣିତ ହେବାପରି ଅନୁଭୂତ ହେବା — To feel dizzy; to have a whirling sensation