ବୁଦ୍ଧି Buddhi
- ସଂ. ବି (ବୁଧ୍ ଧାତୁ+ଭାବ. ତି) — ଜ୍ଞାନ — Knowledge
- ସଂ. ବି (ବୁଧ୍ ଧାତୁ+ଭାବ. ତି) — ବୋଧ ଶକ୍ତି — Intelligence; understanding; perception
- ସଂ. ବି (ବୁଧ୍ ଧାତୁ+ଭାବ. ତି) — ମତି; ମନର ନିଶ୍ଚୟାତ୍ମିକା ବୁଦ୍ଧି; ମନୋବୃତ୍ତିବିଶେଷ — Conviction
- ସଂ. ବି (ବୁଧ୍ ଧାତୁ+ଭାବ. ତି) — (+କରଣ. ତି) ଚିତ୍ତବୃତ୍ତି; ଅନ୍ତଃକରଣ — Mind; the heart
- ସଂ. ବି (ବୁଧ୍ ଧାତୁ+ଭାବ. ତି) — (+କର୍ମ. ତି) ମହତ୍ତତ୍ତ୍ୱ — The primary faculty or intellect
- ସଂ. ବି (ବୁଧ୍ ଧାତୁ+ଭାବ. ତି) — [ଦ୍ର—ବେଦାନ୍ତ ଦର୍ଶନ ମତରେ ବୁଦ୍ଧି ଅନ୍ତଃକରଣର ଚାରଟି ବୃତ୍ତି (ମିନଃ, ବୁଦ୍ଧି, ଚିତ୍ତ, ଅହଙ୍କାର) ମଧ୍ୟରୁ 2 ୟ ବୃତ୍ତି ଅଟେ। ଏହା ନିତ୍ୟ ଓ ଅନିତ୍ୟ ଭେଦରେ 2 ପ୍ରକାର। ନିତ୍ୟବୁଦ୍ଧି ପରମାତ୍ମାଙ୍କର ଓ ଅନିତ୍ୟବୁଦ୍ଧି ଜୀବର। ସାଂଖ୍ୟ ମତରେ ତ୍ରିଗୁଣାତ୍ମିକା ପ୍ରକୃତିର ପ୍ରଥମ ବିକାର ବୁଦ୍ଧିତତ୍ତ୍ୱ ଅଟେ ଓ ଏହାକୁ ମହତ୍ତତ୍ତ୍ୱ ବୋଲାଯାଏ। ସାଂଖ୍ୟମତରେ ଜଗତ୍ ଯେତେବେଳେ ସୁଷୁପ୍ତାବସ୍ଥାରୁ ଜାଗ୍ରତ ହେଲା, ସେତେବେଳେ ପ୍ରଥମେ ଏହି ମହତ୍ତତ୍ତ୍ୱର ବା ବୁଦ୍ଧିତତ୍ତ୍ୱର ବିକାଶ ହେଲା। ନୈୟାୟିକମାନେ ବୁଦ୍ଧିର ଅନୁଭୂତି ଓ ସ୍ମୃତି ଏହି ଦୁଇ ଭେଦକୁ ସ୍ୱୀକାର କରନ୍ତି। କେତେକଙ୍କ ମତରେ ବୁଦ୍ଧିର ଇଷ୍ଟାନିଷ୍ଟ, ବିପତ୍ତି, ବ୍ଯବସାୟ, ସମାଧିତା, ସଂଶୟ ଓ ପ୍ରତିପତ୍ତି, ଏହି ପାଞ୍ଚଗୁଣ ଓ ଅନ୍ୟ କେତେକଙ୍କ ମତରେ ବୁଦ୍ଧିର ଶୁଶ୍ରୁଷା, ଗ୍ରହଣ, ଶ୍ରବଣ, ଧାରଣ, ଊହ, ଉପୋହ ଓ ଅର୍ଥବିଜ୍ଞାନ ଏହି ସାତଗୁଣ ଅଛି। ପାଶ୍ଚାତ୍ୟ ପଣ୍ଡିତମାନେ ଅନ୍ତଃକରଣର ସବୁ ବ୍ୟାପାରର ସ୍ଥାନ ମସ୍ତିଷ୍କ ଥିବାର ସ୍ଥିର କରନ୍ତି; ବୁଦ୍ଧି ଏକ ପ୍ରାକୃତିକ ଶକ୍ତି ଅଟେ, ତଥାପି ଜ୍ଞାନ ଓ ଅନୁଭବର ସହାୟତାରେ ଏଥିର ବିକାଶ ହୁଏ। ବୁଦ୍ଧିର ଅନ୍ୟ ସଂସ୍କୃତ ପ୍ରତିଶବ୍ଦ ମନୀଷା, ଧୀଷଣା, ଧୀ, ପ୍ରଜ୍ଞା, ମତି, ପ୍ରେକ୍ଷା, ଚିତ୍, ଚେତନା, ଧାରଣା, ପ୍ରତିପତ୍ତି, ମେଧା, ମନ, ମନସ୍, ଜ୍ଞାନ, ବୋଧ, ପ୍ରତିଭା, ବିଜ୍ଞାନ ଓ ସଂଖ୍ୟା — [ଦ୍ର—ବେଦାନ୍ତ ଦର୍ଶନ ମତରେ ବୁଦ୍ଧି ଅନ୍ତଃକରଣର ଚାରଟି ବୃତ୍ତି (ମିନଃ, ବୁଦ୍ଧି, ଚିତ୍ତ, ଅହଙ୍କାର) ମଧ୍ୟରୁ2ୟ ବୃତ୍ତି ଅଟେ ଏହା ନିତ୍ୟ ଓ ଅନିତ୍ୟ ଭେଦରେ2ପ୍ରକାର ନିତ୍ୟବୁଦ୍ଧି ପରମାତ୍ମାଙ୍କର ଓ ଅନିତ୍ୟବୁଦ୍ଧି ଜୀବର ସାଂଖ୍ୟ ମତରେ ତ୍ରିଗୁଣାତ୍ମିକା ପ୍ରକୃତିର ପ୍ରଥମ ବିକାର ବୁଦ୍ଧିତତ୍ତ୍ୱ ଅଟେ ଓ ଏହାକୁ ମହତ୍ତତ୍ତ୍ୱ ବୋଲାଯାଏ ସାଂଖ୍ୟମତରେ ଜଗତ୍ ଯେତେବେଳେ ସୁଷୁପ୍ତାବସ୍ଥାରୁ ଜାଗ୍ରତ ହେଲା, ସେତେବେଳେ ପ୍ରଥମେ ଏହି ମହତ୍ତତ୍ତ୍ୱର ବା ବୁଦ୍ଧିତତ୍ତ୍ୱର ବିକାଶ ହେଲା ନୈୟାୟିକମାନେ ବୁଦ୍ଧିର ଅନୁଭୂତି ଓ ସ୍ମୃତି ଏହି ଦୁଇ ଭେଦକୁ ସ୍ୱୀକାର କରନ୍ତି କେତେକଙ୍କ ମତରେ ବୁଦ୍ଧିର ଇଷ୍ଟାନିଷ୍ଟ, ବିପତ୍ତି, ବ୍ଯବସାୟ, ସମାଧିତା, ସଂଶୟ ଓ ପ୍ରତିପତ୍ତି, ଏହି ପାଞ୍ଚଗୁଣ ଓ ଅନ୍ୟ କେତେକଙ୍କ ମତରେ ବୁଦ୍ଧିର ଶୁଶ୍ରୁଷା, ଗ୍ରହଣ, ଶ୍ରବଣ, ଧାରଣ, ଊହ, ଉପୋହ ଓ ଅର୍ଥବିଜ୍ଞାନ ଏହି ସାତଗୁଣ ଅଛି ପାଶ୍ଚାତ୍ୟ ପଣ୍ଡିତମାନେ ଅନ୍ତଃକରଣର ସବୁ ବ୍ୟାପାରର ସ୍ଥାନ ମସ୍ତିଷ୍କ ଥିବାର ସ୍ଥିର କରନ୍ତି; ବୁଦ୍ଧି ଏକ ପ୍ରାକୃତିକ ଶକ୍ତି ଅଟେ, ତଥାପି ଜ୍ଞାନ ଓ ଅନୁଭବର ସହାୟତାରେ ଏଥିର ବିକାଶ ହୁଏ ବୁଦ୍ଧିର ଅନ୍ୟ ସଂସ୍କୃତ ପ୍ରତିଶବ୍ଦ ମନୀଷା, ଧୀଷଣା, ଧୀ, ପ୍ରଜ୍ଞା, ମତି, ପ୍ରେକ୍ଷା, ଚିତ୍, ଚେତନା, ଧାରଣା, ପ୍ରତିପତ୍ତି, ମେଧା, ମନ, ମନସ୍, ଜ୍ଞାନ, ବୋଧ, ପ୍ରତିଭା, ବିଜ୍ଞାନ ଓ ସଂଖ୍ୟା
- ହି. ଶ. ଦେ. ବି — ମନର ବିଚକ୍ଷଣତା — Sharpness of intellect
- ହି. ଶ. ଦେ. ବି — ମନର ଗତି — Tendency of mind; the bent of mind
- ହି. ଶ. ଦେ. ବି — ପରାମର୍ଶ; ଉପଦେଶ — Advice
- ହି. ଶ. ଦେ. ବି — (ଉ—ବୁଦ୍ଧିଦେଇ କରିବ ବଂଶଯାକ ଲୋପ। କୃଷ୍ଣସିଂହ. ମହାଭାରତ ବନ।)
- ହି. ଶ. ଦେ. ବି — ବିବେଚନା ଶକ୍ତି — Reasoning faculty
- ହି. ଶ. ଦେ. ବି — ଉପସ୍ଥିତ ବୁଦ୍ଧି — Presence of mind