ବୁଝାଇବା Bujaāibā
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — ବୁଝିବା କ୍ରିୟାର ଣିଜନ୍ତ ରୂପ; ସମୁଜାଇବା; ବୋଧଗମ୍ୟ କରାଇବା; ଅନ୍ୟ ବ୍ୟକ୍ତି ଯେପରି କୌଣସି ବିଷୟ ବୁଝି ପାରିବ, ସେହି ପରି କରିବା — To make a thing plain to a person
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — (ଉ—ସୁଦେବ ବ୍ରାହ୍ମଣଙ୍କୁ ପଠିଆଇ ମୁହିଁ, ବୁଝାଉଛି ନଳ ସେ ହୋଇବେ କି ନାହିଁ। କୃଷ୍ଣସିଂହ. ମହାଭାରତ ବନ।)
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — ତନ୍ନ ତନ୍ନ ଭାବରେ ବା ପରିଷ୍କାର କରି କୌଣସି ବିଷୟ ପ୍ରକାଶ କରିବା — 1. To explain a matter
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — (ଉ—ଯଶୋଦା କୋଳେ କୃଷ୍ଣ ଦେଇ ପଛେ ଗୋ କହିବା ବୁଝାଇ। ଭୂପତି. ପ୍ରେମପଞ୍ଚାମୃତ।)
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — ପରାମର୍ଶ ଦେବା; ଉପଦେଶ ଦେବା — To advise
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — କୌଣସି ବ୍ୟକ୍ତିକୁ ଟଙ୍କାପତ୍ରରେ ହିସାବ ସମଜାଇ ମୁଆଜା କରାଇ ଦେବା — To explain or render an account to a person
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — ପ୍ରବୋଧ ଦେବା; ବୋଧ ସୋଧ କରି କହିବା; ସାନ୍ତ୍ୱନା ଦେବା — To console
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — କହିବା ଦ୍ୱାରା କୌଣସି ବ୍ୟକ୍ତିକୁ ଶାନ୍ତ କରାଇବା — To assuage a person's feelings
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — କହିବା ଦ୍ୱାରା ସନ୍ତୁଷ୍ଟ କରାଇବା — To satisfy a person by speaking to him
- ଦେ. କ୍ରି. (ସଂ. ବୁଧ୍ ଧାତୁ; ପ୍ରା. ବୁଝ ଧାତୁ ଣିଚ୍) — ମନ ମନାଇବା; ପ୍ରବର୍ତ୍ତାଇବା — To persuade