ବୀରବାଉଳି Bīrabāuli
- ଦେ. ବି (ସଂ. ବୀରବଳୟ) — କର୍ଣ୍ଣାଳଙ୍କାର ବା କର୍ଣ୍ଣବଳୟବିଶେଷ; ମକରକୁଣ୍ଡଳ — A kind of earring
- ଦେ. ବି (ସଂ. ବୀରବଳୟ) — (ଉ—କେତେ ଶୋଭାଧରେ ଚାରୁ କର୍ଣ୍ଣଯୁଗେ ବୀରବଉଳ—ରାଧାନାଥ. ଉଷା।)
- ଦେ. ବି (ସଂ. ବୀରବଳୟ) — [ଦ୍ର—ପୂର୍ବେ ବୀରମାନେ ଏହି ଅଳଙ୍କାର ପିନ୍ଧୁଥିଲେ। ଏହାର ଆକୃତି ମଗର ପରି। ମଗରର ପେଟ ଅଂଶ ଗୋଲ ବୁଲି ମୁହଁ ଓ ଲାଞ୍ଜ ଉପରକୁ ଉଠିଥାଏ। ମୁଁହ ଓ ଲାଞ୍ଜ ମଧ୍ୟସ୍ଥ ଫାଙ୍କରେ ଖଣ୍ଡିଏ କାଠି ଲାଗିଥାଏ, ସେହି କାଠି କାନର ଛିଦ୍ରରେ ପଶେ। ଏହି ମଗରର ପାଟିରେ ଓ ମୁହଁରେ ମଣି ଖଚିତ ହୋଇଥାଏ। ଉତ୍କଳର ଗଡ଼ଜାତର ରଜାମାନେ ପଣ୍ଡିତମାନଙ୍କୁ 'ବୀରବଲ' ବା କୁଣ୍ଡଳ ଉପହାର ଦେଇଥାଆନ୍ତି। ପଣ୍ଡିତମାନେ ବୃଦ୍ଧାବସ୍ଥାରେ ସୁଦ୍ଧା ତାହା ପିନ୍ଧି ରାଜସଭା ଓ ରାଜଦରବାର ମାନଙ୍କରରେ ଉପସ୍ଥିତ ହୁଅନ୍ତି।]