ବିଡ଼ାଳ ତପସ୍ୱୀ Biṟḍ̠āḻa tapaṡwī

  • ସଂ. ବି — ବିରାଡ଼ି ବଇଷମ — A hypocrite; a person who shows himself to the world as a pious man
  • ସଂ. ବି — [ଦ୍ର—ହିତୋପଦେଶରେ ବିଡ଼ାଳତପସ୍ୱୀ ସମ୍ବନ୍ଧେ ନିମ୍ନ ଲିଖିତ ଗଳ୍ପ ଅଛି—ଗୋଟିଏ ବିରାଡ଼ି ଏକ ଗ୍ରାମରେ ଆହାର ନ ପାଇ ବୃକ୍ଷ କୋଟରସ୍ଥ ପକ୍ଷିଶାବକମାଂସାର୍ଥୀ ହୋଇ ସେଠାରେ ପହଞ୍ଚି ପକ୍ଷୀମାନଙ୍କୁ କହିଲା;—ମୁଁ ନିରାମିଷାଶୀ ତପସ୍ୱୀ, ମୁଁ ଧର୍ମୋପଦେଶ ଶୁଣିବାକୁ ଆସିଅଛି। ବିରାଡ଼ିର କପଟ— ତପସ୍ୱୀତା ପକ୍ଷୀମାନେ ବୁଝି ନ ପାରି ତାଠାରେ ବିଶ୍ୱାସ କରି ବିରାଡ଼ିକୁ ସେଠାରେ ରହିବାକୁ ଅନୁମତି ଦେଲେ ଓ ବିରାଡ଼ି ସୁବିଧା ଓ ସୁଯୋଗ ଦେଖି ପକ୍ଷିଶାବକମାନଙ୍କୁ ଖାଇଲା। କ୍ରମଶଃ ଶାବକମାନଙ୍କର ସଂଖ୍ୟା କମିବାର ଦେଖି କେତେ ଦିନ ପରେ ପକ୍ଷୀମାନଙ୍କର ବିରାଡ଼ି ଉପରେ ସନ୍ଦେହ ହେବାରୁ ବିରାଡ଼ି ସେଠାରୁ ପଳାଇ ଆସିଲା।]