ବିଡ଼ମ୍ବଣା Biṟḍambaṇā

  • ଦେ. ବି (ସଂ. ବିଡ଼ମ୍ବନ) — ଯନ୍ତ୍ରଣା; କ୍ଳେଶ — Trouble
  • ଦେ. ବି (ସଂ. ବିଡ଼ମ୍ବନ) — ଦୁଃଖ — Distress
  • ଦେ. ବି (ସଂ. ବିଡ଼ମ୍ବନ) — ବଞ୍ଚନା; ପ୍ରତାରଣା — Deceit; knavery
  • ଦେ. ବି (ସଂ. ବିଡ଼ମ୍ବନ) — [ଉ—ଅଜ୍ଞାନ ବିଡ଼ମ୍ବଣ ଏହି, ଏଣେ ଗୋବିନ୍ଦକୁ ନ ପାଇ। ଜଗନ୍ନାଥ. ଭାଗବତ।]
  • ଦେ. ବି (ସଂ. ବିଡ଼ମ୍ବନ) — ହଟହଟା ବା ଅକଡ଼ିଆ ଅବସ୍ଥା — Awkward predicament;
  • ଦେ. ବି (ସଂ. ବିଡ଼ମ୍ବନ) — ଅମଙ୍ଗଳଜନକ ଘଟଣା — Portentous event; an event foreboding evil
  • ଦେ. ବି (ସଂ. ବିଡ଼ମ୍ବନ) — ଅଶ୍ରୂତପୂର୍ବ ବା ଅଦୃଷ୍ଟପୂର୍ବ ଅମଙ୍ଗଳଜନକ ଘଟଣା — An unheard of bad event
  • ଦେ. ବି (ସଂ. ବିଡ଼ମ୍ବନ) — ପ୍ରାକୃତିକ ଘଟଣାର ବିପର୍ଯ୍ଯୟ — Happening of unnatural events; preternatural event
  • ଦେ. ବି (ସଂ. ବିଡ଼ମ୍ବନ) — [ଉ—ସବୁହିଁ ବିଡ଼ମ୍ବଣ ରୀତି, ଯୋଗୀନ୍ଦ୍ର ଅର୍ଦ୍ଧାଙ୍ଗେ ଯୁବତୀ। ଭୂପତି, ପ୍ରେମପଞ୍ଚାମୃତ
  • ଦେ. ବି (ସଂ. ବିଡ଼ମ୍ବନ) — ନିନ୍ଦିତ କର୍ମ; କୁକର୍ମ — An evil deed
  • ଦେ. ବି (ସଂ. ବିଡ଼ମ୍ବନ) — [ଉ—ଭେଟିଲେ ମାତା ପୁତ୍ରଗଣ, ସେ ରୁଦ୍ର ସଙ୍ଗେ ବିଡ଼ମ୍ବଣ। ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା।]
  • ଦେ. ବିଣ — ମନ୍ଦ ପ୍ରକୃତିକ; କୁତ୍ସିତ; ପରପଞ୍ଚ — Vile