ବିହିଦାନା Bihidānā
- ଦେ. ବି (ଫା ବିହୀଦାନା) — ପଶ୍ଚିମ ହିମାଳୟରେ ଓ ପଞ୍ଜାବରେ ଜନ୍ମିବା ବୃକ୍ଷବିଶେଷର ବୀଜ — Quince seed
- ଦେ. ବି (ଫା ବିହୀଦାନା) — [ଦ୍ର—ଏଥିର ଫଳ ଗ୍ରୀଷ୍ମକାଳରେ ପାଚେ; ସ୍ଥାନୀୟ ଲୋକେ ରାନ୍ଧି କରି ଖାଆନ୍ତି । ଏହା ଆମଦେଶକୁ ଔଷଧ ପାଇଁ ଆସେ । ଏ ଗଛ — (Cydonia Vulgaris)କାବୁଲ ଓ ପେଶାବର ଅଞ୍ଚଳରେ ହୁଏ; ଏଥିର ଫଳ ପିଦୁଡ଼ି ପରି ଓ ସୁଖାଦ୍ୟ ଏ ମଞ୍ଜିକୁ ପାଣିରେ ବତୁରାଇଲେ ତହିଁରୁ ନାଳୁଆ ରସ ବାହାରେ ଓ ଲୋକେ ତାକୁ ସରବତ୍ କରି ପିଅନ୍ତି ]