ବିସୂଚିକା Bisūchikā

  • ସଂ. ବି.—(ବି+ସୂଚି ଧାତୁ=ଖଳତା କରିବା+କର୍ତ୍ତୃ. କ+ ସ୍ତ୍ରୀ. ଆ) — ଓଲାଉଠା ରୋଗ; ଝାଡ଼ା ବାନ୍ତି ରୋଗ; ହଇଜା — Cholera
  • ସଂ. ବି.—(ବି+ସୂଚି ଧାତୁ=ଖଳତା କରିବା+କର୍ତ୍ତୃ. କ+ ସ୍ତ୍ରୀ. ଆ) — [ଦ୍ର—ଆୟୁର୍ବେଦାନୁସାରେ ଏହା ଆଧୁନିକ କଲେରା ରୋଗ ନୁହେଁ; ଅଜୀର୍ଣ୍ଣ ରୋଗୀର ବାୟୁ ପ୍ରକୁପିତ ହେଲେ ସୂଚିକା ବେଦନାବତ ସର୍ବାଙ୍ଗରେ ବେଦନା ଅନୁଭୂତ ହୁଏ, ପେଟ ଦରଜ ହୁଏ, ଖୁବ ଝାଡା ହୁଏ, ଶୋଷ ଓ ଜଳା ପୋଡା, ଭ୍ରମ, ମୂର୍ଚ୍ଛା ଓ କମ୍ପ, ହାଇ, ଦୁର୍ବଳତା, ମୂତ୍ରରୋଧ, ନାଡୀକ୍ଷୀଣତା ହୁଏ; ଆଖି ପଶିଯାଏ, ଦେହର ବର୍ଣ୍ଣ ପାଣ୍ଡୁର ହୁଏ, ସ୍ୱର କ୍ଷୀଣ ହୁଏ। ଏହାହିଁ ବିସୂଚିକା ରୋଗ। ଏକ ପ୍ରକାର ବିଷାକ୍ତ କୃମି ଦେହରେ ପ୍ରବେଶ କରିବାରୁ କଲେରା ରୋଗ ଜନ୍ମେ।]