ବିଷ୍ଣୁକ୍ରାନ୍ତା Bishṇukrāntā
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — ଅପରାଜିତା ଫୁଲ (ଧଳା ଓ ନେଳି ଦୁଇ ପ୍ରକାର) — The clitoria flower and creeper (of blue and white varieties); Clitoria Ternatia
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — ନେଳି ଫୁଲ ଯୁକ୍ତ ବନବନାଗୁଳ୍ମ — The blue-flowered variety of Banabanā
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — ବାରାହୀ କନ୍ଦ (ହି. ଶ) ଭୂଇଁ କଖାରୁ — A kind of yam
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — ନେଳି ଅପରାଜିତା — The blue variety of clitoria flower
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — [ଦ୍ର—ଏହା କଟୁତିକ୍ତ ରସ, ମେଧ ବର୍ଦ୍ଧକ, କଫବାତନାଶକ, ମଙ୍ଗଳ ପ୍ରଦ, ଏବଂ କୃମି, ବ୍ରଣ ଓ ବିଷ ଦୋଷ ନାଶକ—ଦ୍ରବ୍ୟଗୁଣ ଶିକ୍ଷା ।]
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — (ତନ୍ତ୍ରୋକ୍ତ) ପୃଥିବୀର ଦେଶ ବିଦେଶ — Name of a part of the earth described in the Tantras
- ସଂ. ବି. (ବିଷ୍ଣୁ+କ୍ରାନ୍ତ=ଅତିକ୍ରାନ୍ତ+ସ୍ତ୍ରୀ. ଆ) — [ଦ୍ର—ତନ୍ତ୍ର ମତରେ ପୃଥିବୀ 3 ଭାଗରେ ବିଭକ୍ତ। ଅଶ୍ୱକ୍ରାନ୍ତା, ରଥକ୍ରାନ୍ତା ଓ ବିଷ୍ଣୁ—କ୍ରାନ୍ତା] — [ଦ୍ର—ତନ୍ତ୍ର ମତରେ ପୃଥିବୀ3ଭାଗରେ ବିଭକ୍ତ ଅଶ୍ୱକ୍ରାନ୍ତା, ରଥକ୍ରାନ୍ତା ଓ ବିଷ୍ଣୁ—କ୍ରାନ୍ତା]