ବିଶ୍ୱାସ Biṡwāsa
- ସଂ. ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ) — ପ୍ରତ୍ୟୟ; ଆସ୍ଥା; ନିର୍ଭର — Trust; confidence; reliance
- ସଂ. ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ) — ଶ୍ରଦ୍ଧା — Respect
- ସଂ. ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ) — ଧର୍ମସମ୍ବନ୍ଧୀୟ ବିଶ୍ୱାସ — Religious faith
- ସଂ. ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ) — ଧାରଣା — Conception; conviction
- ସଂ. ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ) — ଆଶା — Hope
- ଦେ. ବି — ଗୁପ୍ତକଥା — Secret matter
- ଦେ. ବି — [ଉ—ଆସ ମଇତ୍ର ମୋର ପାଶ କହିବି ଏକାନ୍ତ ବିଶ୍ୱାସ। ଗଜନିସ୍ତାରଣ।
- ଦେ. ବିଣ— (ସଂ. ବିଶ୍ୱାସୀ) — ବିଶ୍ୱସ୍ତ; ବିଶ୍ୱାସର ପାତ୍ର; ବିଶ୍ୱାସର ସ୍ଥଳ — Trusted.]
- ଦେ. ବିଣ— (ସଂ. ବିଶ୍ୱାସୀ) — [ଉ—ମୋର ବିଶ୍ୱାସ ତୁ, ଏଣୁ କହୁଛି, ଆଣି ଦେବୁ ନନ୍ଦର ବେନି ବଛି। ଭକ୍ତଚରଣ. ମଥୁରାମଙ୍ଗଳ।]