ବିଶ୍ୱମ୍ଭର Biṡwambhara

  • ସଂ. ବିଣ. ପୁଂ (ବିଶ୍ୱମ୍=ବିଶ୍ୱକୁ +ଭୃ ଧାତୁ=ଭରଣ ଓ ପାଳନ କରିବା+କର୍ତ୍ତୃ. ଅ) — ବିଶ୍ୱ— ପାଳକ — Sustaining the universe
  • ସଂ. ବିଣ. ପୁଂ (ବିଶ୍ୱମ୍=ବିଶ୍ୱକୁ +ଭୃ ଧାତୁ=ଭରଣ ଓ ପାଳନ କରିବା+କର୍ତ୍ତୃ. ଅ) — ବିଶ୍ୱର ଧାରଣକର୍ତ୍ତା — Holding the universe
  • ସଂ. ବିଣ. ପୁଂ — ନାରାୟଣ; ବିଷ୍ଣୁ — Bishṇu
  • ସଂ. ବିଣ. ପୁଂ — ଇନ୍ଦ୍ର — Indra
  • ଦେ. ବି. ପୁଂ ପୁରୁଷ ଲୋକଙ୍କୁ ଦିଆଯିବା ନାମ — A name given to males