ବିଶୋଇବା Biṡoibā

  • ଦେ. କ୍ରି — (ସଂ. ବିଶ୍ରାମ)—ବିଶ୍ରାମ କରିବା — To take rest
  • ଦେ. କ୍ରି — (ବି+ସ୍ପୃଶ୍ ଧାତୁ)—ସ୍ପର୍ଶ କରିବା — To touch
  • ଦେ. କ୍ରି — [ଉ—ବାଟେ ସେ ବନରେ ପଡ଼ିଥିଲା ଦିବ୍ୟ ଶିଳା, ବିଶୋଉଁ ରାମ ଚରଣ ଲାଗି ସେ ଅବଳା । ଭଞ୍ଜ. ବୈଦେହୀଶବିଳାସ]
  • ଦେ. କ୍ରି — (ବିଶ୍ ଧାତୁ= ପ୍ରବେଶ କରିବା)—ଆଘାତ କରିବା — To strike
  • ଦେ. କ୍ରି — [ଉ—ବିଶୋଇଲା ସେ ଲକ୍ଷଣ ଅଙ୍ଗେ; ବିଜ୍ଞାନ ସେ ଯଥା ଛୁଉଁ ନାଗେ । ଭଞ୍ଜ. ବୈଦେହୀଶ ବିଳାସ।]
  • ଦେ. କ୍ରି — ପ୍ରବେଶ କରିବା — To enter
  • ଦେ. କ୍ରି — ପହଞ୍ଚିବା — To reach; to arrive at
  • ଦେ. କ୍ରି — (ବି+ସମ୍+ଚି ଧାତୁ)—ସଞ୍ଚିତ କରି ରଖିବା — To keep; to store up
  • ଦେ. କ୍ରି — ପାଦତଳେ ପଡ଼ିବା; ଗୋଡ଼ ତଳେ ପଡ଼ିବା — To fall at another's feet in supplication
  • ଦେ. କ୍ରି — [ଉ—ବିଶୋଉ ଅନୁସରି, ଯେହିଁ କୋଦଣ୍ଡଧାରୀ, ପ୍ରଶଂସି କୋଳକୁ ଆଦରି । ଭଞ୍ଜ. ବୈଦେହୀଶବିଳାସ ।
  • ଦେ. କ୍ରି — (ସଂ. ବି+ସ୍ମରଣ) ପାଶୋରିବା — To forget