ବିଶା Biṡa

  • ଦେ. ବି—(ସଂ. ବିଶ୍ୱା=ପରିମାଣ ବିଶେଷ= 20 ପଳ; ପ୍ରା. ବିଶା; କିମ୍ବା ସଂ. ବିଂଶ=କୋଡ଼ିଏ; ସାଧାରଣତଃ ବିଶାକ 20 ପଳ ଥିବାରୁ; କିମ୍ବା ସଂ. ବିଶିଖ) — ଅଠର, କୋଡ଼ିଏ, ବାଇସି ବା ପଚିଶି ପଳ ଓଜନ କରିବାର ଯନ୍ତ୍ର; ତୁଳା ଯନ୍ତ୍ର — A weighing instrument having one pan suspended from one end of a rod, the other end acting as a fulcrum; the Roman balance, steel yard
  • ଦେ. ବି—(ସଂ. ବିଶ୍ୱା=ପରିମାଣ ବିଶେଷ= 20 ପଳ; ପ୍ରା. ବିଶା; କିମ୍ବା ସଂ. ବିଂଶ=କୋଡ଼ିଏ; ସାଧାରଣତଃ ବିଶାକ 20 ପଳ ଥିବାରୁ; କିମ୍ବା ସଂ. ବିଶିଖ) — [ଦ୍ର—ଏଥିରେ ଗୋଟିଏ କାଠିର ଗୋଟିଏ ପାଖରେ ଖଣ୍ଡେ ପରୁଡ଼ି ଝୁଲୁ— ଥାଏ ଓ ସେ କାଠିର ଅନ୍ୟ ଅର୍ଦ୍ଧାଂଶରେ ଖଣ୍ଡିଏ ସୂତା ଲାଗିଥାଏ; ସେହି ସୂତାକୁ କାଠିର ଚିହ୍ନିତ ସ୍ଥାନମାନଙ୍କ ମଧ୍ୟରେ ଘୁଞ୍ଚାଇବା ଦ୍ୱାରା ପରୁଡ଼ିରେ ରଖାଯିବା ଜିନିସର ଓଜନ ଜଣା ପଡ଼େ।]
  • ଦେ. ବି—(ସଂ. ବିଶ୍ୱା=ପରିମାଣ ବିଶେଷ= 20 ପଳ; ପ୍ରା. ବିଶା; କିମ୍ବା ସଂ. ବିଂଶ=କୋଡ଼ିଏ; ସାଧାରଣତଃ ବିଶାକ 20 ପଳ ଥିବାରୁ; କିମ୍ବା ସଂ. ବିଶିଖ) — ଏକ ବିଶା ଓଜନ ପଦାର୍ଥ — An article weighing a Biṡā
  • ଦେ. ବିଣ — ଏକ ବିଶା ପରିମିତ — Weighing one Biṡā
  • ଦେ. ବିଣ — [ଦ୍ର—ଏକ ବିଶା=ପ୍ରାୟ କଟକୀ 1 ସେର; ସାଧାରଣ ବିଶା= 20 ପଳ; ବିଶା ଯନ୍ତ୍ରର ଏକ ପାଖରେ ଯେଉଁ ପାତ୍ର ଖଣ୍ଡି ଝୁଲୁଥାଏ ଓ ଯହିଁରେ ଓଜନ କରାଯିବା ଦ୍ରବ୍ୟ ରଖାଯାଇ ଓଜନ କରାଯାଏ, ତାକୁ ପରୁଡ଼ି କହନ୍ତି; ଯେଉଁ ଦଣ୍ଡର ଏକ ମୁଣ୍ଡରେ ପରୁଡ଼ ଝୁଲୁଥାଏ ତାକୁ ବିଶାକାଠି ବୋଲାଯାଏ। ତିନି ପ୍ରକାର ବିଶା ଚଳିବାର ଦେଖାଯାଏ। ଯଥା—ନରାଜୀ ବିଶା= 18 ପଳ (ଏଥିରେ ବାସନକୁସନ ତଉଲ ହୁଏ।) କାଠୁଆ ବିଶା= 25 ପଳ (ଏଥିରେ ତେଲ ଆଦି ତଉଲ ହୁଏ। ଏହା ଗଡ଼ଜାତରେ ଚଳେ।) ଦେଶୀ ବିଶା= 20 ପଳ (ଏଥିରେ ମାଛ ଆଦି ତଉଲ ହୁଏ।)] — [ଦ୍ର—ଏକ ବିଶା=ପ୍ରାୟ କଟକୀ1ସେର; ସାଧାରଣ ବିଶା=20ପଳ; ବିଶା ଯନ୍ତ୍ରର ଏକ ପାଖରେ ଯେଉଁ ପାତ୍ର ଖଣ୍ଡି ଝୁଲୁଥାଏ ଓ ଯହିଁରେ ଓଜନ କରାଯିବା ଦ୍ରବ୍ୟ ରଖାଯାଇ ଓଜନ କରାଯାଏ, ତାକୁ ପରୁଡ଼ି କହନ୍ତି; ଯେଉଁ ଦଣ୍ଡର ଏକ ମୁଣ୍ଡରେ ପରୁଡ଼ ଝୁଲୁଥାଏ ତାକୁ ବିଶାକାଠି ବୋଲାଯାଏ ତିନି ପ୍ରକାର ବିଶା ଚଳିବାର ଦେଖାଯାଏ ଯଥା—ନରାଜୀ ବିଶା=18ପଳ (ଏଥିରେ ବାସନକୁସନ ତଉଲ ହୁଏ) କାଠୁଆ ବିଶା=25ପଳ (ଏଥିରେ ତେଲ ଆଦି ତଉଲ ହୁଏ ଏହା ଗଡ଼ଜାତରେ ଚଳେ) ଦେଶୀ ବିଶା=20ପଳ (ଏଥିରେ ମାଛ ଆଦି ତଉଲ ହୁଏ)]