ବିଳସିବା Biḻasibā
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — କ୍ରୀଡ଼ା କରିବା — To play; to sport
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — (ଉ— ବାରି ପାରି ନାହିଁରେ ସୁକେଶୀ, ବାରି ମଧ୍ୟେ ତୁ ଥିଲୁ ବିଳସି। କବିସୂର୍ଯ୍ୟ. ସଙ୍ଗୀତ)
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ବିରାଜିବା; ଦୀପ୍ତି ପାଇବା — To shine forth
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — (ଉ—ତୁମ୍ଭଙ୍କୁ କି ଉପକାର କରି ରୂପବତୀ ହୋଇ ବିଳସିଲା ହେ, ମହାପ୍ରଭୁ ! କବିସୂର୍ଯ୍ୟ.ସଙ୍ଗୀତ)
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ପ୍ରକାଶିତ ହେବା — To appear
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — (ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସିନା ଚିତ୍ରଗୁପ୍ତର ନିକଷେ। ରାଧାନାଥ. ଦରବାର)
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ସ୍ଫୂର୍ତ୍ତି ହେବା — To flash
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ବ୍ୟାପ୍ତ ହେବା; ଘୋଟିଯିବା — To spread; to be diffused
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — (ଉ—ତୋଟିକି ଚୁମ୍ବିଲା ତୃଷା ତିମିର ବିଳସିଲା ରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ତ. ଗୀତ)
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ବିହାର କରିବା; ନିଜଇଚ୍ଛାରେ ଚଳିବା — To roam at ease
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — (ଉ—ବୀରସିଂହ ଅରଣ୍ଯେ ବିଳସ। ଭଞ୍ଜ. ବୈଦେହୀଶବିଳାସ)
- ଦେ. କ୍ରି. (ପଦ୍ୟ) (ବି+ଲସ୍ ଧାତୁ) — ବିଚରଣ କରିବା; ଚାଲିବା; ବୁଲିବା — To walk; to move about