ବିଲାତି ସନ Bilāti sana
- ଦେ. ବି — ଫସଲୀ ସନ; ଦିଲ୍ଲୀଶ୍ୱରାବ୍ଦ — The agricultural year of Orissa
- ଦେ. ବି — [ଦ୍ର—ଓଡ଼ିଶାରେ ଏହା ସୁନିଆଁ ଠାରୁ ଆରମ୍ଭ ହୁଏ। ଅର୍ଥାତ୍ ଭାଦ୍ର ଶୁକ୍ଳ (ସୁନିଆ ଦ୍ୱାଦଶୀ) ଦିନ ନୂଆ ସନ ଆରମ୍ଭ ହୁଏ। ଏଥିରେ ବିଚିତ୍ରତା ଏହି ଯେ—ଏହା ଚାନ୍ଦ୍ର— ମାନ ଭାଦ୍ର ମାସର ଦ୍ୱାଦଶୀ ଦିନ ଆରମ୍ଭ ହେଲେ ମଧ୍ୟ ସୌରମାନ ସିଂହ ମାସ ଓ ଦିନ ଅନୁସାରେ ଏହାର ଗଣନା କରାଯାଏ। ଭାଦ୍ର ମାସ ଦ୍ୱାଦଶୀ ଯେବେ 1331 ସାଲସିଂହ ଦି 26 ନ ପଡ଼େ, ତେବେ 1330 ସିଂହ 25 ଦିନର ପରବର୍ତ୍ତୀ ଦିବସ 1331 ସିଂହ 26 ଅଟେ। ଏହି ଗଣନା ଅନୁସାରେ ମଧ୍ୟ ଉତ୍କଳପ୍ରଚଳିତ ପୁରୀ ରାଜାଙ୍କ ଅଙ୍କ (ବର୍ଷ) ଚଳେ। — [ଦ୍ର—ଓଡ଼ିଶାରେ ଏହା ସୁନିଆଁ ଠାରୁ ଆରମ୍ଭ ହୁଏ ଅର୍ଥାତ୍ ଭାଦ୍ର ଶୁକ୍ଳ (ସୁନିଆ ଦ୍ୱାଦଶୀ) ଦିନ ନୂଆ ସନ ଆରମ୍ଭ ହୁଏ ଏଥିରେ ବିଚିତ୍ରତା ଏହି ଯେ—ଏହା ଚାନ୍ଦ୍ର— ମାନ ଭାଦ୍ର ମାସର ଦ୍ୱାଦଶୀ ଦିନ ଆରମ୍ଭ ହେଲେ ମଧ୍ୟ ସୌରମାନ ସିଂହ ମାସ ଓ ଦିନ ଅନୁସାରେ ଏହାର ଗଣନା କରାଯାଏ ଭାଦ୍ର ମାସ ଦ୍ୱାଦଶୀ ଯେବେ1331ସାଲସିଂହ ଦି26ନ ପଡ଼େ, ତେବେ1330ସିଂହ25ଦିନର ପରବର୍ତ୍ତୀ ଦିବସ1331ସିଂହ26ଅଟେ ଏହି ଗଣନା ଅନୁସାରେ ମଧ୍ୟ ଉତ୍କଳପ୍ରଚଳିତ ପୁରୀ ରାଜାଙ୍କ ଅଙ୍କ (ବର୍ଷ) ଚଳେ
- ଦେ. ବି — ଆକବର ବାଦ୍ସାହ 1478 ଶକରେ ଏ ସନ ପ୍ରବର୍ତ୍ତିତ କରିଥିଲେ। ବଙ୍ଗ ଦେଶରେ ସୌରମାନ ବୈଶାଖ ଦି 1 ନ (ପଣା ସଂକ୍ରାନ୍ତି) ଠାରୁ ଓ ଉତ୍ତର ଭାରତରେ ଚାନ୍ଦ୍ରମାନ ଆଶ୍ୱିନ 1 ଦିନ ଠାରୁ ଫସଲୀ ସନ ଗଣାଯାଏ। — ଆକବର ବାଦ୍ସାହ1478ଶକରେ ଏ ସନ ପ୍ରବର୍ତ୍ତିତ କରିଥିଲେ ବଙ୍ଗ ଦେଶରେ ସୌରମାନ ବୈଶାଖ ଦି1ନ (ପଣା ସଂକ୍ରାନ୍ତି) ଠାରୁ ଓ ଉତ୍ତର ଭାରତରେ ଚାନ୍ଦ୍ରମାନ ଆଶ୍ୱିନ1ଦିନ ଠାରୁ ଫସଲୀ ସନ ଗଣାଯାଏ
- ଦେ. ବି — ଶାଳିବାହାନାବ୍ଦ ସୌରମାନ ବୈଶାଖ 1 ଦିନ ଠାରୁ ଆରମ୍ଭ ହୁଏ ଓ ଏ ଦେଶର ନୂତନ ପଞ୍ଜିକାମାନ ବୈଶାଖ 1 ଦିନ ଠାରୁ ଆରମ୍ଭ ହୁଏ। ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବର୍ଷ, ମାସ ଓ ଦିନର ଗଣନାରେ ନାନା ପ୍ରକାର ଗୋଳମାଳ ଅଟେ। ଉଦାହରଣ ସ୍ୱରୂପ ଦେଖା ଯାଉ— ଶାଳିବାହାନାବ୍ଦ 1847 (ସୌରମାନ ବୈଶାଖ 1 ଦିନ ଆରମ୍ଭ।)=ଦିଲ୍ଲୀଶ୍ୱରାବ୍ଦ— 1332 — 33 (ଚାନ୍ଦ୍ରମାନ ଭାଦ୍ରବର ଆରମ୍ଭ।)=ଇଂରେଜ୍ୟବ୍ଦ— 1925 — 26 (ଇଂରାଜ ଗଣନାରେ ଜାନୁଆରି ପହିଲାରୁ)=ମୁକୁନ୍ଦଦେବ ଅଙ୍କ— 54 — 55 (ସୁନିଆଁ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ, =ବୀର ବିକ୍ରମାବ୍ଦ— 1982 (ଚାନ୍ଦ୍ରମାନ ଚୈତ୍ର 1 ଦିନ ଠାରୁ।] — ଶାଳିବାହାନାବ୍ଦ ସୌରମାନ ବୈଶାଖ1ଦିନ ଠାରୁ ଆରମ୍ଭ ହୁଏ ଓ ଏ ଦେଶର ନୂତନ ପଞ୍ଜିକାମାନ ବୈଶାଖ1ଦିନ ଠାରୁ ଆରମ୍ଭ ହୁଏ ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବର୍ଷ, ମାସ ଓ ଦିନର ଗଣନାରେ ନାନା ପ୍ରକାର ଗୋଳମାଳ ଅଟେ ଉଦାହରଣ ସ୍ୱରୂପ ଦେଖା ଯାଉ— ଶାଳିବାହାନାବ୍ଦ1847(ସୌରମାନ ବୈଶାଖ1ଦିନ ଆରମ୍ଭ)=ଦିଲ୍ଲୀଶ୍ୱରାବ୍ଦ—1332—33(ଚାନ୍ଦ୍ରମାନ ଭାଦ୍ରବର ଆରମ୍ଭ)=ଇଂରେଜ୍ୟବ୍ଦ—1925—26(ଇଂରାଜ ଗଣନାରେ ଜାନୁଆରି ପହିଲାରୁ)=ମୁକୁନ୍ଦଦେବ ଅଙ୍କ—54—55(ସୁନିଆଁ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ, =ବୀର ବିକ୍ରମାବ୍ଦ—1982(ଚାନ୍ଦ୍ରମାନ ଚୈତ୍ର1ଦିନ ଠାରୁ]