ବିରି ପିଠା Biri piṭhā

  • ଦେ. ବି. (ସଂ. ବ୍ରୀହି ପିଷ୍ଟକ) — ବିରିକୁ ରଗଡ଼ି ପାଣିରେ ବତୁରାଇ ଚୋପା ଛଡ଼ାଇ ବାଟି ତହିଁରେ କରାଯିବା ପିଷ୍ଟକ — Cake made Biri-paste
  • ଦେ. ବି. (ସଂ. ବ୍ରୀହି ପିଷ୍ଟକ) — [ଦ୍ର—ବିରି ବଟାରେ ନାନାପ୍ରକାର ପିଠା ତିଆରି ହୁଏ। ଯଥା—ବିରି ଲଡ଼ୁ, ବିରିବଡ଼ା ବା ବିରି ବରା, ଝିଲି ଜିଲିବୀ, ଇଣ୍ଡୁରି ବା ଏଣ୍ଡୁରି। ବିରି ବଟାରେ ଚାଉଳ ବଟା ମିଶାଇ କିମ୍ବା କେବଳ ବିରି ବଟାରେ ମଧ୍ୟ ପିଠା ତିଆରି ହୁଏ। ବିରି ବଟାକୁ କିଛି ସମୟ ରଖି ଦେଲେ ତାହା ଫୁଲିଯାଏ ଓ ତାହାକୁ ବହୁବାର ହାତରେ ଘାଣ୍ଟିଲେ (ଫେଣାଇଲେ) ତାହା ଫେନିଳ ଓ ହାଲୁକା ହୁଏ; ଫେଣିଆ ହୋଇଥିବା ବିରି ବଟାର ପିଠା ଛିଦ୍ରମୟ ହୁଏ।]