ବିରଞ୍ଚି Biran̄chi
- ସଂ. ବି. (ବି=ବିବିଧ ଅର୍ଥାତ୍ ବିବିଧ ପ୍ରାଣୀ+ରଚ୍ ଧାତୁ ସୃଷ୍ଟି କରିବା+କର୍ତ୍ତୃ. ଇ; ଯେ ପୃଥିବୀର ପ୍ରାଣୀଙ୍କୁ ସୃଷ୍ଟି କରିଅଛନ୍ତି) — ବ୍ରହ୍ମା — Brahmā
- ଦେ. ବି — ସୂର୍ଯ୍ୟ — The sun
- ଦେ. ବି — (ଉ—ପ୍ରାଚୀଦିଗରେ ବିରଞ୍ଚି ଉଦୟେ, ଉନ୍ନିଦ୍ର କାମୀ ସୁଖେ ନିଦ୍ରାଯାଏ। ପ୍ରତାପ, ଶଶିସେଣା।)