ବିରଞ୍ଚି ନାରାୟଣ Biran̄chi nārāyaṇa
- ସଂ. ବି (ସହଚର) — ବ୍ରହ୍ମା ଓ ବିଷ୍ଣୁ — Brahmā and Bishṇu
- ସଂ. ବି (ସହଚର) — ବାଲେଶ୍ୱର ଜିଲ୍ଲା ପାଳିଆ ଗ୍ରାମରେ ପ୍ରତିଷ୍ଠିତ ଦେବତା
- ସଂ. ବି (ସହଚର) — (ଉ—ମାଗଧ ଅନୁପେ ସୀମାସ୍ତମ୍ଭରୂପେ ଟେକିଛି ଶିର ଯେ ଦେଶେ ବିରଞ୍ଚିନାରାୟଣଙ୍କର ତୁଙ୍ଗ ମନ୍ଦିର। ରାଧାନାଥ ଉଷା।)
- ଦେ. ବି — ସୂର୍ଯ୍ୟଦେବ — The Sun-god
- ପ୍ରାଦେ (ଗଞ୍ଜାମ) ବି — ବିଷ୍ଣୁରୂପୀ ସୂର୍ଯ୍ୟ— ମୂର୍ତ୍ତି — Name of an idol representing the Sun- god
- ପ୍ରାଦେ (ଗଞ୍ଜାମ) ବି — [ଦ୍ର—ଗଞ୍ଜାମର ବୁଗୁଡ଼ା ଗ୍ରାମର ଗୋଟିଏ ମଠରେ ଏ ଦେବତାଙ୍କର ମୂର୍ତ୍ତି ପୂଜିତ ହେଉଅଛନ୍ତି। ଲୋକଙ୍କର ବିଇଞ୍ଚି ରୋଗ ହେଲେ ଲୋକେ ଏହାଙ୍କଠାରେ ଭୋଗ ମନାସ କରନ୍ତି। ଶମ୍ବର ଦଶମୀଦିନ ଏହାଙ୍କର ପ୍ରଧାନ ପର୍ବ ଓ ମେଳା ହୁଏ।]