ବିବାହ Bibāha
- ସଂ. ବି. (ବି+ବହ୍ ଧାତୁ=ପ୍ରାପ୍ତ ହେବା+ଭାବ. ଅ) — ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ; ପରିଣୟ — Marriage; wedding
- ସଂ. ବି. (ବି+ବହ୍ ଧାତୁ=ପ୍ରାପ୍ତ ହେବା+ଭାବ. ଅ) — [ଦ୍ର—ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର ମଧ୍ୟରୁ ଗୋଟିଏ। ପ୍ରାଚୀନ ହିନ୍ଦୁମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ପ୍ରଚଳିତ ଥିଲା— 1 . ବ୍ରାହ୍ମ—କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାର ଦ୍ୱାରା ଭୂଷିତ କରି ବିଦ୍ୱାନ୍ ଓ ସଦାଚାରସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବା; 2 . ଦୈବ—ଜ୍ୟୋତିଷ୍ଟୋମାଦି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋ— ହିତଙ୍କୁ ଦୈବ କାର୍ଯ୍ୟ ସିଦ୍ଧି କାମନାରେ ଅଳଙ୍କୃତ କନ୍ୟାକୁ ସମ୍ପ୍ରଦାନ କରିବା। 3 . ଆର୍ଯ୍ଯ—ଯାଗାଦି ଅବଶ୍ୟକର୍ତ୍ତବ୍ୟ କର୍ମର ସାହାଯ୍ୟାର୍ଥେ ବରଠାରୁ ଗୋଟିଏ ବା ହଳେ ବଳୀ— ବର୍ଦ୍ଦ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂପ କନ୍ଯା ଦାନ କରିବା। 4 . ପ୍ରାଜାପତ୍ୟ— 'ତୁମ୍ଭେମାନେ ଉଭୟେ ଗାର୍ହସ୍ଥ୍ୟ ଧର୍ମ ଆଚରଣ କର' କନ୍ୟାପିତା ଏହା କହି ଯଥାବିଧି ବରକୁ କନ୍ଯା ଦାନ କରିବା। 5 . ଆସୁର ବିବାହ—କନ୍ୟାକୁ କିଣି କରି ଗ୍ରହଣ ପୂର୍ବକ ବିବାହ କରିବା। 6 . ଗାନ୍ଧର୍ବ ବିବାହ— କନ୍ୟାର ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ। (ଏ ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ)। 7 . ରାକ୍ଷସ ବିବାହ— କନ୍ୟାପକ୍ଷୀୟ ଲୋକମାନେ ହାଣି ମାରି ରୋରୁଦ୍ୟମନା କନ୍ୟାକୁ ବଳପୂର୍ବକ ହରଣ କରି ବିବାହ କରିବା। 8 . ପୈଶାଚ—ନିର୍ଜନରେ ନିଦ୍ରା ବା ମଦ୍ୟପାନ ଦ୍ୱାରା ଅଚେତନା ବା ଉନ୍ମତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ। ଆଧୁନିକ ହିନ୍ଦୁସମାଜରେ କେବଳ 4 ର୍ଥ ଓ 5 ମ ପ୍ରକାରର ବିବାହ ଚଳୁଅଛି। ଇରୋପୀୟ ସମାଜରେ ଗାନ୍ଧର୍ବ ବିବାହ ପ୍ରଚଳିତ। ହିନ୍ଦୁମାନଙ୍କର ବିବାହବନ୍ଧନ ଅଚ୍ଛେଦ୍ୟ ଏବଂ ସ୍ତ୍ରୀ ସ୍ୱାମୀର ଧର୍ମପତ୍ନୀ ବା ସହଧର୍ମିଣୀ। ମୁସଲମାନ୍ମାନଙ୍କ ମଧ୍ୟରେ ବିବାହ ଗୋଟିଏ ସାମାଜିକ ଚୁକ୍ତି ମାତ୍ର ଏବଂ ଏହି ଚୁକ୍ତି ଆଇନ ଅନୁସାରେ (ଅର୍ଥାତ୍ ତେରା ମେରା ରାଜି ନ୍ଯାୟରେ) ସମ୍ପାଦିତ ଓ ଭଗ୍ନ କରାଯାଏ। ଖ୍ରୀଷ୍ଟିଆନ୍ମାନଙ୍କ ମଧ୍ୟରେ ବିବାହ ନାମତଃ ଧର୍ମବନ୍ଧନ ରୂପେ ପାଦ୍ରୀ ମାନଙ୍କ ସାହାଯ୍ଯରେ ସମ୍ପାଦିତ ହେଉଥିଲେ ମଧ୍ୟ ତାହା ଅଚ୍ଛେଦ୍ୟ ନୁହେଁ। ଅନାର୍ଯ୍ଯମାନଙ୍କ ମଧ୍ୟରେ ଆସୁର ପୈଶାଚ ଓ ରାକ୍ଷସ ବିବାହ ପ୍ରଥା ଦୃଷ୍ଟ ହୁଏ।] — [ଦ୍ର—ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର ମଧ୍ୟରୁ ଗୋଟିଏ ପ୍ରାଚୀନ ହିନ୍ଦୁମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ପ୍ରଚଳିତ ଥିଲା—1. ବ୍ରାହ୍ମ—କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାର ଦ୍ୱାରା ଭୂଷିତ କରି ବିଦ୍ୱାନ୍ ଓ ସଦାଚାରସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବା;2. ଦୈବ—ଜ୍ୟୋତିଷ୍ଟୋମାଦି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋ— ହିତଙ୍କୁ ଦୈବ କାର୍ଯ୍ୟ ସିଦ୍ଧି କାମନାରେ ଅଳଙ୍କୃତ କନ୍ୟାକୁ ସମ୍ପ୍ରଦାନ କରିବା3. ଆର୍ଯ୍ଯ—ଯାଗାଦି ଅବଶ୍ୟକର୍ତ୍ତବ୍ୟ କର୍ମର ସାହାଯ୍ୟାର୍ଥେ ବରଠାରୁ ଗୋଟିଏ ବା ହଳେ ବଳୀ— ବର୍ଦ୍ଦ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂପ କନ୍ଯା ଦାନ କରିବା4. ପ୍ରାଜାପତ୍ୟ— 'ତୁମ୍ଭେମାନେ ଉଭୟେ ଗାର୍ହସ୍ଥ୍ୟ ଧର୍ମ ଆଚରଣ କର' କନ୍ୟାପିତା ଏହା କହି ଯଥାବିଧି ବରକୁ କନ୍ଯା ଦାନ କରିବା5. ଆସୁର ବିବାହ—କନ୍ୟାକୁ କିଣି କରି ଗ୍ରହଣ ପୂର୍ବକ ବିବାହ କରିବା6. ଗାନ୍ଧର୍ବ ବିବାହ— କନ୍ୟାର ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ (ଏ ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ)7. ରାକ୍ଷସ ବିବାହ— କନ୍ୟାପକ୍ଷୀୟ ଲୋକମାନେ ହାଣି ମାରି ରୋରୁଦ୍ୟମନା କନ୍ୟାକୁ ବଳପୂର୍ବକ ହରଣ କରି ବିବାହ କରିବା8. ପୈଶାଚ—ନିର୍ଜନରେ ନିଦ୍ରା ବା ମଦ୍ୟପାନ ଦ୍ୱାରା ଅଚେତନା ବା ଉନ୍ମତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ ଆଧୁନିକ ହିନ୍ଦୁସମାଜରେ କେବଳ4ର୍ଥ ଓ5ମ ପ୍ରକାରର ବିବାହ ଚଳୁଅଛି ଇରୋପୀୟ ସମାଜରେ ଗାନ୍ଧର୍ବ ବିବାହ ପ୍ରଚଳିତ ହିନ୍ଦୁମାନଙ୍କର ବିବାହବନ୍ଧନ ଅଚ୍ଛେଦ୍ୟ ଏବଂ ସ୍ତ୍ରୀ ସ୍ୱାମୀର ଧର୍ମପତ୍ନୀ ବା ସହଧର୍ମିଣୀ ମୁସଲମାନ୍ମାନଙ୍କ ମଧ୍ୟରେ ବିବାହ ଗୋଟିଏ ସାମାଜିକ ଚୁକ୍ତି ମାତ୍ର ଏବଂ ଏହି ଚୁକ୍ତି ଆଇନ ଅନୁସାରେ (ଅର୍ଥାତ୍ ତେରା ମେରା ରାଜି ନ୍ଯାୟରେ) ସମ୍ପାଦିତ ଓ ଭଗ୍ନ କରାଯାଏ ଖ୍ରୀଷ୍ଟିଆନ୍ମାନଙ୍କ ମଧ୍ୟରେ ବିବାହ ନାମତଃ ଧର୍ମବନ୍ଧନ ରୂପେ ପାଦ୍ରୀ ମାନଙ୍କ ସାହାଯ୍ଯରେ ସମ୍ପାଦିତ ହେଉଥିଲେ ମଧ୍ୟ ତାହା ଅଚ୍ଛେଦ୍ୟ ନୁହେଁ ଅନାର୍ଯ୍ଯମାନଙ୍କ ମଧ୍ୟରେ ଆସୁର ପୈଶାଚ ଓ ରାକ୍ଷସ ବିବାହ ପ୍ରଥା ଦୃଷ୍ଟ ହୁଏ]