ବିବର୍ତ୍ତବାଦ Bibarttabāda
- ସଂ. ବି—(ଆଧୁନିକ ପ୍ରୟୋଗ) — ଜୀବ ଜଗତର କ୍ରମ— ବିକାଶ ବା ଅଭିବ୍ୟକ୍ତିରୂପକ ମତବାଦ — The theory of evolution
- ସଂ. ବି—(ଆଧୁନିକ ପ୍ରୟୋଗ) — [ଦ୍ର—ଡାରୱିନ୍ ନାମକ ଜଣେ ଇଂରେଜ ପଣ୍ତିତ ଏହି ମତ ପ୍ରତିଷ୍ଠା କରିଥିଲେ। ଏହି ମତ ଅନୁସାରେ ସୃଷ୍ଟିର ଆଦ୍ୟରେ ନିକୃଷ୍ଟ ଜୀବ ସୃଷ୍ଟ ହୋଇଥିଲେ ଏବଂ ସେମାନେ କ୍ରମଶଃ ଉନ୍ନତି ଲାଭ କରି ଓ ବିକାଶପ୍ରାପ୍ତ ହୋଇ ଶେଷକୁ ମନୁଷ୍ୟ— ରୂପ ଧାରଣ କରି ଅଛନ୍ତି। ସର୍ପଠାରୁ ପକ୍ଷୀ, ପକ୍ଷୀରୁ ପଶୁ, ପଶୁରୁ ବାନର ଓ ବାନରରୁ ମନୁଷ୍ୟ ଏହିପରି କ୍ରମବିକାଶ ଘଟିବା ଏହି ମତରେ ପ୍ରକାଶିତ ।]
- ସଂ. ବି—(ଆଧୁନିକ ପ୍ରୟୋଗ) — (ବେଦାନ୍ତ ଦର୍ଶନ) ମାୟାବାଦ — The theory of illusion or illusory appearance in Bedānta
- ସଂ. ବି—(ଆଧୁନିକ ପ୍ରୟୋଗ) — [ଦ୍ର—ଏକ ମାତ୍ର ବ୍ରହ୍ମରୁ ପ୍ରକୃତି, ପ୍ରକୃତିରୁ ସତ୍ୱାଦି ଗୁଣ— ତ୍ରୟ ଓ ଗୁଣତ୍ରୟକୁ ଆଶ୍ରୟ କରି ପ୍ରକୃତି ମାୟା ଓ ଅବିଦ୍ୟା ରୂପରେ ଦ୍ୱିଧା ବିଭକ୍ତ ହେଲାରୁ ମାୟାଶ୍ରିତ ଚୈତନ୍ୟ ଈଶ୍ୱରରୂପରେ ଓ ଅବିଦ୍ୟାଶ୍ରିତ ଚୈତନ୍ୟ ଜୀବ ରୂପରେ ପ୍ରକାଶିତ ହେଲେ। ଏହି ମତ ଅନୁସାରେ ବ୍ରହ୍ମ ସତ୍ୟ ଏବଂ ଏ ଦୃଶ୍ୟମାନ ଜଗତ୍ ମିଥ୍ୟା ବୋଲି ବିବେଚିତ।]