ବିଦୂଷକ Bidūshaka

  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — ନିନ୍ଦକ — Reproaching
  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — ଅପବାଦ ଦେବା (ବ୍ୟକ୍ତି) — Defaming (Person.)
  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — କାମୁକ — Lascivious
  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — ଲମ୍ପଟ — Adulterous; dissolute
  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — ନିନ୍ଦାଜନକ; କୁତ୍ସାତ୍ମକ — Defamatory
  • ସଂ. ବିଣ. ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ) — ଖଳ — Wicked; wanton
  • ସଂ. ବି. — ଭାଣ୍ଡ — A fool; buffoon; clown
  • ସଂ. ବି. — ନାଟକରେ ନାୟକର ମନୋରଞ୍ଜନକାରୀ ନଟବିଶେଷ — A jester in a drama
  • ସଂ. ବି. — [ଦ୍ର—ପ୍ରାଚୀନ କାଳରେ ପ୍ରାୟ ସବୁ ଦେଶର ରାଜା ଓ ବଡ଼ଲୋକଙ୍କ ସଭାରେ ଏବଂ ନାଟକରେ ରାଜା ଆଦିଙ୍କର ଓ ଶ୍ରୋତୃବର୍ଗଙ୍କ ମନୋରଞ୍ଜନାର୍ଥ ବିଦୂଷକ ଦୃଷ୍ଟ ହୁଅନ୍ତି । ଏ ଅନେକ ପ୍ରକାର ହାସ୍ୟରସ, କୌତୁକ ଓ ପରିହାସରେ ପଟୁ । ସାହିତ୍ୟ ଦର୍ପଣ ମତରେ ବିଦୂଷକ କୌଶଳକ୍ରମେ ଲୋକଙ୍କୁ ହସାଏ, ଲୋକଙ୍କ ମଧ୍ୟରେ କଳି ଲଗାଇ ଦିଏ, ଆପଣା ଉଦରପୂର୍ତ୍ତି ଓ ସ୍ୱାର୍ଥ ସାଧନ ପାଇଁ ସର୍ବଦା ଲାଳାୟିତ ହୁଏ ଓ ମାନିନୀ ନାୟିକାର ମାନଭଞ୍ଜନରେ ନାୟକର ସହାୟ ହୁଏ— ହି. ଶ ।]
  • ସଂ. ବି. — ରାଜା ମହାରାଜାଙ୍କ ମନୋରଞ୍ଜନକାରୀ ସହଚର; ବୟସ୍ୟ — A jester in the court of a king
  • ସଂ. ବି. — କାବ୍ୟୋକ୍ତ 4 ପ୍ରକାର ନାୟକ ମଧ୍ୟରୁ ହାସ୍ୟରସିକ ନାୟକ — କାବ୍ୟୋକ୍ତପ୍ରକାର ନାୟକ ମଧ୍ୟରୁ ହାସ୍ୟରସିକ ନାୟକ—. A class of heroes in romance; a witty hero of romance
  • ସଂ. ବି. — [ଦ୍ର— ଏ ଆପଣା କୌତୁକ ଓ ପରିହାସ ଯୋଗୁଁ କାମକେଳି ରସଦାୟକ ହୁଏ । ହି. ଶ]