ବିଦା Bidā

  • ସଂ. ବିଣ. ସ୍ତ୍ରୀ — ବିଦ୍ (ଦେଖ) — Bid (See)
  • ସଂ. ବି— (ବିଦ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବୋଧଶକ୍ତି; ବୁଦ୍ଧି — Intelligence; understanding
  • ଦେ. ବି.— (ସଂ. ବିଦାରକ; ବର୍ଦ୍ଧକ) — କ୍ଷେତ୍ରରେ ଧାନ ଗଛ ସଙ୍ଗେ ଉଠିଥିବା ତୃଣମାନଙ୍କୁ ପାନିଆରେ କୁଣ୍ଡାଇବା ପରି ଓପାଡ଼ି ଆଣିବା ପାଇଁ ବ୍ୟବହୃତ ଲୌହ କଣ୍ଟକ ବା ଶଲ୍ୟଯୁକ୍ତ କାଷ୍ଠ ଫଳକବିଶେଷ — A harrow
  • ଦେ. ବି.— (ସଂ. ବିଦାରକ; ବର୍ଦ୍ଧକ) — ପ୍ରହାର — Striking; beating
  • ଦେ. ବି.— (ସଂ. ବିଦାରକ; ବର୍ଦ୍ଧକ) — (ଉ—ବିଦା ସଦା ମେଦା ଗଦା ଗରଧର ବର ତାର ତାହି ବିହି—ଭଞ୍ଜ. ବୈଦେହୀଶିବିଳାସ।)
  • ଗ୍ରା. ବି. ପୁଂ — ବିଦ୍ୟାଧରର ଡାକ ନାମ — A name or calling Bidyādhara
  • ବୈଦେ. ବି. (ଆ. ବିଦାଆ=ଯିବାକୁ ଅନୁମତି) — ବିଦାୟ; ମେଲାଣି — Farewell; permission to go
  • ବୈଦେ. ବି. (ଆ. ବିଦାଆ=ଯିବାକୁ ଅନୁମତି) — ଅନୁମତି ସହ ସ୍ଥାନାନ୍ତରକୁ ପ୍ରସ୍ଥାନ — Starting for a place with permission
  • ବୈଦେ. ବି. (ଆ. ବିଦାଆ=ଯିବାକୁ ଅନୁମତି) — କୌଣସି ବ୍ୟକ୍ତିକୁ ସ୍ଥାନାନ୍ତରକୁ ପଠାଇବା — Act of sending out a man
  • ବିଣ — ବିଦାୟ ପ୍ରାପ୍ତ; ସ୍ଥାନାନ୍ତରକୁ ଯିବାକୁ ଅନୁମତି ପ୍ରାପ୍ତ — Permitted to leave a place