ବିଦାୟ କରିବା Bidāya karibā

  • ଦେ. କ୍ରି. (ଆ. ବିଦାଆ) — ବିବାହାଦି ଉପଲକ୍ଷେ ସମାଗତ ବନ୍ଧୁ ବାନ୍ଧବ, ଭୃତ୍ୟ, ବ୍ରାହ୍ମଣ ଆଦିଙ୍କର ପ୍ରସ୍ଥାନ କରିବା ପୂର୍ବରୁ ସେମାନଙ୍କୁ ଉପହାର ଦାନ ବା ଦକ୍ଷିଣା ଦେବା — To give presents to friends, relatives, servants and Brāhmaṇas while preparing to depart after attending social or other festivities
  • ଦେ. କ୍ରି. (ଆ. ବିଦାଆ) — ଯିବାକୁ ଛାଡ଼ିଦେବା — To let one go
  • ଦେ. କ୍ରି. (ଆ. ବିଦାଆ) — କାହାରିକୁ ଯିବାକୁ ଅନୁମତି ଦେବା — To give a person permission to go
  • ଦେ. କ୍ରି. (ଆ. ବିଦାଆ) — କୌଣସି ବ୍ୟକ୍ତିକୁ କର୍ମଚ୍ୟୁତ କରିବା — To dismiss a person
  • ଦେ. କ୍ରି. (ଆ. ବିଦାଆ) — ଦୂର କରିବା; ତଡ଼ି ଦେବା — To drive away (a person)
  • ଦେ. କ୍ରି. (ଆ. ବିଦାଆ) — କୌଣସି ବ୍ୟକ୍ତିକୁ କୌଣସି ସ୍ଥାନକୁ ପଠାଇବା — To send out a person