ବିଣ୍ଡା Biṇḍā

  • ଦେ. ବି (ସଂ. ପିଣ୍ଡ) — ପିଣ୍ଡୁଳୀ; ପିଣ୍ଡାକାର ବସ୍ତୁ; ଗୁଟିକା; ଗୋଟାଳି — Something rolled into a ball
  • ଦେ. ବି (ସଂ. ପିଣ୍ଡ) — ଅଟା, ମଇଦାଆଦି ଗୋଟା ବାନ୍ଧି ଯାଇ ପ୍ରସ୍ତୁତ ହୋଇଥିବା ପିଣ୍ଡୁଳୀ ବା ଗୋଟାଳୀ — Flour etc rolled into a ball
  • ଦେ. ବି (ସଂ. ପିଣ୍ଡ) — ଗାତର ବା ଛିଦ୍ରର ମୁହଁ ବନ୍ଦ କରିବା ପାଇଁ ମରାଯିବା କନାଆଦିର ପିଣ୍ଡୁଳା — Plugs made by rolling rags
  • ଦେ. ବି (ସଂ. ପିଣ୍ଡ) — କନ୍ଦୁକ; ଛୋଟ ପେଣ୍ଡୁ — Small ball;
  • ଦେ. ବି (ସଂ. ପିଣ୍ଡ) — ଲୁଣ୍ଡା; ଶୁଖିଲା ଘାସ ବା କୁଟାଆଦି ଗୁଡ଼ାଇ କରାଯାଇ ଥିବା ପିଣ୍ଡାକୃତି ଆଧାର ବିଶେଷ (ଯହିଁରେ ନିଆଁ ରଖି କୁହୁଳା ପକାଇବାକୁ ହୁଏ) — Hay or straw etc rolled into a ball for igniting fire
  • ଦେ. ବି (ସଂ. ପିଣ୍ଡ) — (ଉ—ଅଗ୍ନି ଖଣ୍ଡେ ତୃଣବିଣ୍ଡାରେ ସେ ଲଦିଲେ। କୃଷ୍ଣସିଂହ. ମହାଭାରତ ବନ। ।)
  • ପ୍ରାଦେ (ସିଂହଭୂମି) ବି (ତୁଳ ଏହି ଅର୍ଥରେ ବଂ. ବୀଡ଼ା) — ବୋଝିଆମାନଙ୍କର ବୋଝ ମୁଣ୍ଡାଇବା ପାଇଁ ମୁଣ୍ଡଉପରେ ରଖିବା ପତ୍ରଆଦିର ମୁଚୁଳା — A circlet or cushion of leaves etc used by porters on the head to carry loads on
  • ବି — ଶକ୍ତି ହୋଇ ବନ୍ଧା ହୋଇଥିବା ଗୋଛା — A bundle tied up tightly
  • ବି — ବୋତଲ ଇତ୍ୟାଦିର ଠିପି — Cork or stopper for a bottle etc
  • ବି — ମୁହଁରେ ମରାଯିବା ଠିପି — A gag or plug or wisp to stop the mouth