ବିଚ୍ଛନ୍ଦ ପଟ୍ଟନାଯକ Bichchhanda paṭṭanāyaka

  • ଦେ. ବି (ନାମ) — ଜନୈକ ସ୍ୱର୍ଗୀୟ ଓଡ଼ିଆ ଦେଶହିତୈଷୀ—Name of a late Oriya patriot. [ଦ୍ର—ଏ 1841 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ 12 ତାରିଖରେ ଜନ୍ମିଥିଲେ । ଏହାଙ୍କର ପିତା ପୁରୀର ରାମଚନ୍ଦ୍ର ଗଜପତି ରାଜାଙ୍କର ଛାମୁକରଣ ଥିଲେ । ପରେ ଇଂରେଜମାନେ ତାଙ୍କୁ ଅଣାଇ ଟ୍ରେଜରୀ ଅଫିସର୍ ଓ ତୌଜି ଡେପୁଟୀକଲେକ୍ଟର ପଦରେ ନିଯୁକ୍ତ କରିଥିଲେ । ବିଚ୍ଛନ୍ଦ 1860 ଖ୍ରୀଷ୍ଟାବ୍ଦରେ ଏଣ୍ଟ୍ରାନ୍ସ ପରୀକ୍ଷାରେ 2 ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଢାକା କଲେଜକୁ ଯାଇଥିଲେ । ସେଠାରେ ଅକୃତିକାର୍ଯ୍ୟ ହୋଇ ଫେରି ଆସି ପ୍ରଥମେ ସମ୍ବଲପୁରରେ ଡିଷ୍ଟ୍ରିକ୍ଟ ଇନ୍ସ୍ପେକ୍ଟର ହୋଇଥିଲେ । ପରେ ଅନୁଗୁଳର ତହସିଲଦାର ହେଲେ ।ତାହାଙ୍କର ଚାକିରି କାଳରେ ସେ ସମ୍ବଲପୁର ଜିଲ୍ଲାସ୍କୁଲକୁ ଛାଡ଼ି 365 ଦିନରେ 356 ଟି ସ୍କୁଲ ବସାଇଥିଲେ । ଏ ସମ୍ବଲପୁରରେ ଥିବା ସମୟରେ ଗୌରିଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ସହିତ ମିଳି ଓଡ଼ିଶାରେ ବଙ୍ଗଳା ରାଜକୀୟ ଭାଷାରୂପେ ସ୍ୱୀକୃତ ହେବାପାଇଁ କେତେକ ବଙ୍ଗାଳୀଙ୍କ ଉଦ୍ୟମକୁ ପଣ୍ଡ କରି ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷାରୂପେ ପ୍ରତିଷ୍ଠିତ କରାଇଥିଲେ । ଓଡ଼ିଆରେ ଉପଯୁକ୍ତ ପାଠ୍ୟପୁସ୍ତକ ନ ଥିବାରୁ ବର୍ଣ୍ଣପରି— ଚୟଠାରୁ ଆରମ୍ଭ କରି ଚାରୁପାଠ, ବୋଧୋଦୟ, କାଦମ୍ବରୀ ଓ ରଘୁବଂଶ ପ୍ରଭୃତି ପୁସ୍ତକ ବଙ୍ଗଳାଭାଷାରୁ ଓଡ଼ିଆରେ ଅନୁବାଦ କରି ପ୍ରକାଶ କରିଥିଲେ । ଏହି ସବୁ ପୁସ୍ତକ ଏଣ୍ଟ୍ରାନ୍ସ ଓ ଭର୍ଣ୍ଣାକୁଲର୍ ସ୍କୁଲମାନଙ୍କରେ ପାଠ୍ୟପୁସ୍ତକରୂପେ ଗୃହୀତ ହୋଇଥିଲା। ଅନୁଗୁଳରେ ଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କଟକ ଆସିଲେ ଓ 18/10/82 ରେ କଟକଠାରେ ପ୍ରାଣତ୍ୟାଗ କରିଥିଲେ ।] — ଜନୈକ ସ୍ୱର୍ଗୀୟ ଓଡ଼ିଆ ଦେଶହିତୈଷୀ—Name of a late Oriya patriot. [ଦ୍ର—ଏ1841ଖ୍ରୀଷ୍ଟାବ୍ଦ ମାର୍ଚ୍ଚ12ତାରିଖରେ ଜନ୍ମିଥିଲେ ଏହାଙ୍କର ପିତା ପୁରୀର ରାମଚନ୍ଦ୍ର ଗଜପତି ରାଜାଙ୍କର ଛାମୁକରଣ ଥିଲେ ପରେ ଇଂରେଜମାନେ ତାଙ୍କୁ ଅଣାଇ ଟ୍ରେଜରୀ ଅଫିସର୍ ଓ ତୌଜି ଡେପୁଟୀକଲେକ୍ଟର ପଦରେ ନିଯୁକ୍ତ କରିଥିଲେ ବିଚ୍ଛନ୍ଦ1860ଖ୍ରୀଷ୍ଟାବ୍ଦରେ ଏଣ୍ଟ୍ରାନ୍ସ ପରୀକ୍ଷାରେ2ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଢାକା କଲେଜକୁ ଯାଇଥିଲେ ସେଠାରେ ଅକୃତିକାର୍ଯ୍ୟ ହୋଇ ଫେରି ଆସି ପ୍ରଥମେ ସମ୍ବଲପୁରରେ ଡିଷ୍ଟ୍ରିକ୍ଟ ଇନ୍ସ୍ପେକ୍ଟର ହୋଇଥିଲେ ପରେ ଅନୁଗୁଳର ତହସିଲଦାର ହେଲେ ତାହାଙ୍କର ଚାକିରି କାଳରେ ସେ ସମ୍ବଲପୁର ଜିଲ୍ଲାସ୍କୁଲକୁ ଛାଡ଼ି365ଦିନରେ356ଟି ସ୍କୁଲ ବସାଇଥିଲେ ଏ ସମ୍ବଲପୁରରେ ଥିବା ସମୟରେ ଗୌରିଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ସହିତ ମିଳି ଓଡ଼ିଶାରେ ବଙ୍ଗଳା ରାଜକୀୟ ଭାଷାରୂପେ ସ୍ୱୀକୃତ ହେବାପାଇଁ କେତେକ ବଙ୍ଗାଳୀଙ୍କ ଉଦ୍ୟମକୁ ପଣ୍ଡ କରି ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷାରୂପେ ପ୍ରତିଷ୍ଠିତ କରାଇଥିଲେ ଓଡ଼ିଆରେ ଉପଯୁକ୍ତ ପାଠ୍ୟପୁସ୍ତକ ନ ଥିବାରୁ ବର୍ଣ୍ଣପରି— ଚୟଠାରୁ ଆରମ୍ଭ କରି ଚାରୁପାଠ, ବୋଧୋଦୟ, କାଦମ୍ବରୀ ଓ ରଘୁବଂଶ ପ୍ରଭୃତି ପୁସ୍ତକ ବଙ୍ଗଳାଭାଷାରୁ ଓଡ଼ିଆରେ ଅନୁବାଦ କରି ପ୍ରକାଶ କରିଥିଲେ ଏହି ସବୁ ପୁସ୍ତକ ଏଣ୍ଟ୍ରାନ୍ସ ଓ ଭର୍ଣ୍ଣାକୁଲର୍ ସ୍କୁଲମାନଙ୍କରେ ପାଠ୍ୟପୁସ୍ତକରୂପେ ଗୃହୀତ ହୋଇଥିଲା ଅନୁଗୁଳରେ ଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କଟକ ଆସିଲେ ଓ18/10/82ରେ କଟକଠାରେ ପ୍ରାଣତ୍ୟାଗ କରିଥିଲେ ]