ବିଚେଷ୍ଟିତ Bicheshṭita
- ସଂ. ବି—(ବି+ଚେଷ୍ଟା ଧାତୁ+ଭାବ. ତ) — ବ୍ୟାପାର; କ୍ରିୟା — Action; affair; act; deed
- ସଂ. ବି—(ବି+ଚେଷ୍ଟା ଧାତୁ+ଭାବ. ତ) — ବିଶେଷ ଚେଷ୍ଟା — Special effort
- ସଂ. ବି—(ବି+ଚେଷ୍ଟା ଧାତୁ+ଭାବ. ତ) — ଭୂଇଁରେ ବାଡ଼େଇ କଚାଡ଼ି ହେବା — Act of striking the limbs on the ground
- ବିଣ — ଚେଷ୍ଟାବିହୀନ — Effortless
- ବିଣ — ଅନ୍ୱେଷିତ — Sought after
- ଦେ. ବି — ଆଚରଣ — Conduct; dealing
- ଦେ. ବି — [ଉ—ଭୋ ନାଥ ତୋର ବିଚେଷ୍ଟିତ, ବିଶ୍ୱ ସଂସାରେ ବିପରୀତ। ଜଗନ୍ନାଥ. ଭାଗବତ।]