ବିଚିତ୍ର ବୀର୍ଯ୍ୟ Bichitra bīrj̄ya
- ସଂ. ବିଣ (ବହୁବ୍ରୀହି; ବିଚିତ୍ର=ବିସ୍ମୟକର+ବୀର୍ଯ୍ଯ= ବୀରତ୍ୱ ଯାହାର) — ଅଦ୍ଭୁତପରାକ୍ରମଶାଳୀ — Of wonderful prowess
- ବି — (ନାମ) ଚନ୍ଦ୍ରବଂଶୀୟ ରାଜା ଶାନ୍ତନୁଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭଜାତ ଏକ ପୁତ୍ର — A son of Raja Sāntanu by Satyabatī of the Lunar Dynasty of ancient India
- ବି — [ଦ୍ର— ଚନ୍ଦ୍ରବଂଶୀୟ ରାଜା ଶାନ୍ତନୁଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ର ବୀର୍ଯ୍ଯ ଜାତ ହୋଇଥିଲେ । ଚିତ୍ରାଙ୍ଗଦ କୁମାର ଅବସ୍ଥାରେ ଏକ ଗନ୍ଧର୍ବ ଦ୍ୱାରା ହତ ହୋଇଥିଲେ । ବିଚିତ୍ର ବୀର୍ଯ୍ଯ ଶାନ୍ତନୁଙ୍କ ପରେ ରାଜା ହେଲେ । ସେ କାଶୀରାଜାଙ୍କ ଦୁଇ କନ୍ଯା ଅମ୍ବିକା ଓ ଅମ୍ବାଳିକାଙ୍କୁ ବିବାହ କରିଥିଲେ । କିନ୍ତୁ ନିଃସନ୍ତାନ ଅବସ୍ଥାରେ ବିଚିତ୍ରବୀର୍ଯ୍ଯଙ୍କର ମୃତ୍ୟୁ ହେବାରୁ ସତ୍ୟବତୀଙ୍କର ଆଦେଶ କ୍ରମେ ତାଙ୍କ କାନୀନ ପୂତ୍ର ବ୍ୟାସଦେବଙ୍କ ଔରସରେ ବିଚିତ୍ର— ବୀର୍ଯ୍ଯଙ୍କ ବିଧବା ସ୍ତ୍ରୀଦ୍ୱୟଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁ ଜାତ ହେଲେ ଓ ବିଧବା ଦାସୀ ଗର୍ଭରୁ ବିଦୁର ଜାତ ହେଲେ ।]